www.samajalive.in
Thursday, December 11, 2025
13.1 C
Bhubaneswar

ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ବର :  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶନିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ୭ତାରିଖରେ ଏକ ଲଘୁଚାପରେ ପରିଣତ ହୋଇପାରେ । ଲଘୁଚାପ ଅଧିକ ଘନୀଭୂତ ହୋଇ ୮ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହି ଅବପାତ ସାମୁଦ୍ରିକ ଝଡ଼ ରୂପ ନେଇ ଉତ୍ତର ଦିଗରେ ଗତି କରିବା ଦ୍ବାରା କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ। ଅବପାତ ବାତ୍ୟାର ରୂପ ନେବାପରେ ଏହାର ଗତିପଥ, ତୀବ୍ରତା, ପବନର ବେଗ ଏବଂ ବର୍ଷା ପରିମାଣ କିଭଳି ରହିବ ସେ ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୌଣସି ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଆକଳନ କରୁଛନ୍ତି। ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେଇ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଅଧିକାଂଶ ପାଣିପାଗ ମଡେଲ ଆକଳନ କରିଥିବାବେଳେ ଏହା ବାଂଲାଦେଶ-ମିଆଁମାର ଉପକୂଳ ଆଡ଼କୁ ମୁହାଁଇବାର ଆଶଙ୍କା ଥିବା ଦର୍ଶାଇଛନ୍ତି। ଗତିପଥକୁ ନେଇ ବିଭିନ୍ନ ମଡେଲ ଆକଳନରେ ଭିନ୍ନତା ଦେଖାଦେଇଥିବାବେଳେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଦିଆଯାଇଥିଲା, ଆଜି ତାହା ବଳବତ୍ତର ରହିଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ବାତ୍ୟାର ଗତିପଥ ଓ ତୀବ୍ରତା ଜଣାପଡ଼ିବ। ଏହା କେଉଁ ଉପକୂଳକୁ ମୁହାଁଇବ ସେନେଇ କୌଣସି ସ୍ପଷ୍ଟତା ଆସିନାହିଁ। ସାଧାରଣତଃ ବାତ୍ୟା ଦୁଇଟି ଋତୁରେ ହୋଇଥାଏ। ଗ୍ରୀଷ୍ମକାଳୀନ ବାତ୍ୟା ଏପ୍ରିଲ, ମେ’ ଓ ଜୁନରେ ଆସୁଥିବାବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପରେ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ। ପ୍ରତିବର୍ଷ ବଙ୍ଗୋପସାଗର ଓ ଆରବ ସାଗରରେ ପ୍ରାୟ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। ବଙ୍ଗୋପସାଗରରେ ଅଧିକ ଓ ଆରବ ସାଗରରେ କମ ବାତ୍ୟା ସୃଷ୍ଟି ହୋଇଥାଏ। ଖରାଦିନରେ ଗୋଟିଏରୁ ଦୁଇଟି ବାତ୍ୟା ସମୁଦ୍ରରେ ସୃଷ୍ଟି ହୋଇଥାଏ। ମେ’ ମାସରେ ବାତ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ, ଏହା କିଛି ନୂଆ କଥା ନୁ‌େ‌ହଁ। ଆଗରୁ ମଧ୍ୟ ଖରାଦିନରେ ବାତ୍ୟା ସୃଷ୍ଟି ହୋଇଛି। ଖରାଦିନିଆ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି; କିନ୍ତୁ ତା’ର ଅର୍ଥ ନୁ‌େ‌ହଁ ସବୁ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ। ବାତ୍ୟା କେଉଁ ଆଡ଼କୁ ଗତି କରିବ ଏଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା କେଉଁ ଆଡ଼କୁ ଯିବ ଏବଂ କ’ଣ ପ୍ରଭାବ ରହିବ ସେ ବିଷୟରେ ସଠିକ୍‌ ଆକଳନ କରାଯାଇ ପାରିବ ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି।
୭ରୁ ସମୁଦ୍ରରେ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ ଘଣ୍ଟା ପ୍ରତି ୫୦କିମିରୁ ୬୦କିମି ଛୁଇଁପାରେ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୬୦କିମିରୁ ୭୦କିମି ବେଗରେ ପବନ ବହିବ ଏବଂ ପ୍ରବଳ ବର୍ଷା ହେବ। ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ, ଛୋଟ ଜାହାଜ, ଡଙ୍ଗା ଓ ଟ୍ରଲର ଦକ୍ଷିଣ-ପୂର୍ବ ଦିଗକୁ ଯିବା ବାରଣ କରାଯାଇଛି। ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଦ୍ୱୀପପୁଞ୍ଜରେ ପର୍ଯ୍ୟଟନ ଏବଂ ଜାହାଜ ଚଳାଚଳକୁ ନିୟନ୍ତ୍ରଣ କରିବା ଲାଗି ପରାମର୍ଶ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories