www.samajalive.in
Sunday, December 14, 2025
26.1 C
Bhubaneswar

ପେଶା ସାମ୍ବାଦିକତା, ନିଶା ଚାଷ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଜଣେ ବରିଷ୍ଠ ସାମ୍ବାଦିକ ଦୀର୍ଘ ୨୮ ବର୍ଷ ସାମ୍ବାଦିକତା କରିବାପରେ ଚାଷ ପ୍ରତି ମନ ବଳାଇବା ଘଟଣା ବିରଳ। ଚାଷକୁ ନିଶାକରି ଦଶରୁ ପନ୍ଦର ପରିବାରକୁ ଦୈନିକ ରୋଜଗାର ଯୋଗାଇବା ସାଧାରଣ କଥା ନୁହେଁ। ଏମିତି ଜଣେ ବ୍ୟକ୍ତି ଯିଏ କି ୨୮ ବର୍ଷ ସାମ୍ବାଦିକତା କରି ବୈଜ୍ଞାନିକ ପଦ୍ଧତିରେ ଧାନ, ପନି ପରିବା, ତରଭୁଜ ଚାଷ କରି ଅଞ୍ଚଳରେ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି ସେ ହେଉଛନ୍ତି ଏଙ୍କେଟେସ୍ଵର ପାଢ଼ୀ। ତାଙ୍କୁ ଏହି ଚାଷ କାର୍ଯ୍ୟରେ ତାଙ୍କ ପତ୍ନୀ ମଧ୍ୟ ସହଯୋଗ କରୁଛନ୍ତି।

ନିଜର ଆଠ ଏକର ପଡିଆ ଜମିରେ ସେ ଭଳିକି ଭଳି ଫସଲ ଅମଳ କରି ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି। ଏହି ଜମିରେ ଟମାଟୋ, ଫୁଲକୋବି, ବାଇଗଣ, ଝୁଡ଼ଙ୍ଗ, ଲଙ୍କା ଓ ଅନ୍ୟାନ୍ୟ ଫସଲ କରି ଦୈନିକ ୧୦ରୁ ୧୫ ପରିବାରକୁ କାର୍ଯ୍ୟ ଯୋଗାଇ ସେମାନଙ୍କ ପରିବାର ଚଳାଇ ବେସ୍ ଆନନ୍ଦରେ ଚଳି ଆସୁଛନ୍ତି। ଗତ ଦୁଇ ବର୍ଷ ପୂର୍ବେ ଅଞ୍ଚଳର କିଛି ମହିଳା ଓ ପୁରୁଷ ରାଜ୍ୟ ବାହାରକୁ ଯାଇ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେହି ଶ୍ରମିକମାନେ ଦାଦନ ନ ଯାଇ ଏହି ପରିବା ବଗିଚାରେ କାମ କରି ନିଜ ନିଜର ଗୁଜୁରାଣ ମେଣ୍ଟେଇ ପାରୁଛନ୍ତି। ଏହି ପରିବା ଉକ୍ତ ଅଞ୍ଚଳରେ ବିକ୍ରି ହେବା ସହ ବଳକା ପରିବା ରାଜ୍ୟ ତଥା ରାଜ୍ୟ ବାହାରକୁ ବିକ୍ରି ପାଇଁ ବେପାରୀମାନେ ଆସି ନେଇଥା’ନ୍ତି। ରାଜ୍ୟ ସରକାର ପରିବା ଚାଷୀଙ୍କ ପାଇଁ ମଣ୍ଡି ଓ ଶୀତଳ ଭଣ୍ଡାର କରିବାର ଆବଶ୍ୟକତା ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସୌର ଚାଳିତ କିମ୍ବା ବିଦ୍ୟୁତ ଚାଳିତ ଶୀତଳ ଭଣ୍ଡାର ହୋଇନଥିବାରୁ ଉକ୍ତ ଅଞ୍ଚଳ ଚାଷୀମାନେ ପ୍ରଚୁର ପରିମାଣରେ ପରିବା ଅମଳକରି ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏଥିସହ ବଳକା ଜିନିଷ ରହିଗଲେ ତାହା ଫିଙ୍ଗି କ୍ଷତି ସହିବାକୁ ପଡୁଛି ବୋଲି କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories