www.samajalive.in
Sunday, December 14, 2025
23.1 C
Bhubaneswar

ବକେୟା ଅର୍ଥ ଦାବିରେ ମହିଳା ଏସଏଚଜିର ଧାରଣା

ଆଠଗଡ଼: ଦୀର୍ଘ ୪ବର୍ଷରୁ ଉର୍ଦ୍ଧ ସମୟ ଧରି ବକେୟା ପଡ଼ିଥିବା ଅର୍ଥ ଫେରିପାଇବା ଦାବିରେ ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକର ମହିଳା ସଦସ୍ୟମାନେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବୁଧବାର ସେସୁ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆଠଗଡ଼ ଅଞ୍ଚଳରେ ବିଦ୍ୟୁତ୍‌‌ ବିଲ୍‌‌ ବାବଦ ଦେୟ ଆଦାୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଗତ ୨୦୧୪ ମସିହାରେ ସେସୁୁ କର୍ତ୍ତୃପକ୍ଷ ଏବଂ ଘରୋଇ ଆରୟୁପିଏଲ କମ୍ପାନୀ ପକ୍ଷରୁ ଏହି ଏସଏଚଜି ଗୁଡିକୁ ନିଯୁକ୍ତ କରାଯାଇଥିଲା। ପ୍ରତ୍ୟେକ ଏସଏଚଜି ଏଥିପାଇଁ ସେସୁ କର୍ତ୍ତୃପକ୍ଷଙ୍କ ନିକଟରେ ୨୪ହଜାର ଟଙ୍କା ଲେଖାଏଁ ଅମାନତ ଜମା ସମେତ ଅନ୍ୟାନ୍ୟ ଜମା ପୈଠ କରିଥିଲେ। ୨୦୧୯ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ମିଳିଥିଲା। କିନ୍ତୁ ୨୦୧୯ମସିହାରେ ଆରୟୁପିଏଲ୍‌‌ କମ୍ପାନୀ ଛାଡିବା ଏବଂ ଟାଟା ପାୱାର ବିଦ୍ୟୁତ୍‌‌ ବଣ୍ଟନ ଦାୟିତ୍ୱ ନେବା ପରେ ୨୦୧୯ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚମାସର ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସେମାନଙ୍କର ପ୍ରାପ୍ୟ ବକେୟା ପଡ଼ିଛି। ଆଠଗଡ଼ର ମା ବାଉତୀ ଏସଏଚଜି, ଜେମାଦେଇପୁରର ମା ତାରିଣୀ, ନୂଆପାଟଣାର ମା କଳାପାଟ, କଙ୍କଡାଯୋଡିର ଲକ୍ଷ୍ମୀନାରାୟଣ, ଅଭିମାନପୁରର ଭବାନୀ ଏବଂ ବିନ୍ଦାଣିମାର ଜୟଗୁରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦ୍ୟସମାନେ ଏହି ବକେୟା ଅର୍ଥ ପାଇବା ପାଇଁ ଗତ ୪ବର୍ଷ ଧରି ଆଠଗଡ଼ ସେସୁ କାର୍ଯ୍ୟାଳୟ ସମେତ କଟକ ଓ ଭୁବନେଶ୍ୱର ବାରମ୍ବାର ଦୌଡି ନିରାଶ ହେବା ପରେ ଗତ ଏପ୍ରିଲ ୧୯ତାରିଖରେ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଏକ ଦାବିପତ୍ର ଦେବା ସହ ସେମାନଙ୍କର ବକେୟା ପ୍ରାପ୍ୟ ୭ଦିନ ମଧ୍ୟରେ ନମିଳିଲେ ସେମାନେ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେବେ ବୋଲି ଚେତାବନୀ ଦେଇଥିଲେ। ସେହି ଅନୁଯାୟୀ ବୁଧବାର ସଂପୃକ୍ତ ଏସଏଚଜିର କର୍ମକର୍ତ୍ତା ରଞ୍ଜିତା ଦାସ, ମାମି ଜେନା, ମଧୁସ୍ମିତା ଦାସ, ଜୟନ୍ତୀ ଦାସ, ଶାନ୍ତିଲତା ସାହୁ, ପ୍ରମିଳା ଜେନା ଓ ପାର୍ବତୀ ଦାସ ପ୍ରମୁଖ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଧାରଣାରେ ବସିଥିବାବେଳେ ସମାଜସେବୀ ତଥା ପୂର୍ବତନ କାଉନସିଲର ଲକ୍ଷ୍ମୀନାରାୟଣ ଭଞ୍ଜ ସେମାନଙ୍କ ସମର୍ଥନରେ ଧାରଣାରେ ବସିଥିଲେ। ସେସୁ ବା ଟାଟା ପାୱାର କମ୍ପାନୀର ବିତ୍ତ ପରିଚାଳକ ସେଠାକୁ ଆସି ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ଆସନ୍ତାକାଲି ଏ ସଂପର୍କରେ ଆଲୋଚନା କରି ଯାହାକିଛି ନିଷ୍ପତ୍ତି ନେବା ପାଇଁ ପ୍ରତିଶୃତି ଦେବା ପରେ ମହିଳାମାନେ ଧାରଣାରୁ ଉଠିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories