www.samajalive.in
Sunday, December 14, 2025
14.1 C
Bhubaneswar

ରାଜପଥ ଲୁଟେରା ଗିରଫ, ୬ ମୋବାଇଲ୍‌‌ ଓ ଚୋରି ବାଇକ ଜବତ

ପିପିଲି: ପିପିଲି ପୁଲିସ ଜଣେ ରାଜପଥ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତା’ ନିକଟରୁ ୬ଟି ମୋବାଇଲ ଫୋନ୍‌‌ ଓ ଗୋଟିଏ ଚୋରି ହୋଣ୍ଡା ସାଇନ୍‌‌ ବାଇକ୍‌‌କୁ ଜବତ କରିଛି। ଗିରଫ ଅଭିଯୁକ୍ତର ନାମ ସତ୍ୟରଞ୍ଜନ ଭୋଇ ଓରଫ ମନ୍ତ୍ରୀ (୨୯) ଓ ତା’ ଘର କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ପୁବା ତୋଟାସାହିରେ ହୋଇଥିବା ସୂଚନା ମିଳିଛି।

ଗତ ୧ ତାରିଖ ଅପରାହ୍ନ ସାଢେ ୪ଟା ସମୟରେ ନହଳାପଡ଼ା ଗ୍ରାମର ନୃସିଂହ ପ୍ରଧାନ କୌଶଲ୍ୟାଗଙ୍ଗ ଅନ୍ତର୍ଗତ ସିଫା ନିକଟରେ ମୋବାଇଲ୍‌‌ରେ କଥା ହେଉଥିବା ସମୟରେ ଅଭିଯୁକ୍ତ ସତ୍ୟରଞ୍ଜନ ଏକ ବାଇକ୍‌‌ରେ ଆସି ତାଙ୍କୁ ଆକ୍ରମଣ କରିବା ସହ ମୋବାଇଲ୍‌‌କୁ ଛଡାଇ ନେଇ ଫେରାର ହୋଇଯାଇଥିଲା। ଏନେଇ ନୃସିଂହ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ସଦଳ ବଳେ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ। ତା’ ନିକଟରୁ ଲୁଟ୍‌‌ ମୋବାଇଲ ଫୋନ୍‌‌ ସମେତ ମୋଟ୍‌‌ ୬ଟି ମୋବାଇଲ୍‌‌ ଫୋନ୍‌‌ ଓ ଗୋଟିଏ ଚୋରି ହୋଣ୍ଡା ସାଇନ୍‌‌ ବାଇକ୍‌‌କୁ ପୁଲିସ ଜବତ କରିଛି। ଅନ୍ୟ କେଉଁ କେଉଁ ଅପରାଧରେ ଅଭିଯୁକ୍ତ ସଂପୃକ୍ତ ଅଛି ସେ ନେଇ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories