www.samajalive.in
Saturday, December 13, 2025
26.1 C
Bhubaneswar

ଋଣ ବୋଝକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବାକୁ ଚାହାନ୍ତି। ହେଲେ କିଛି ଲୋକ ଏହି ପ୍ରୟାସ କରି ମଧ୍ୟ ବିଫଳ ହୋଇଥାଆନ୍ତି। ସେମାନଙ୍କ ପାଖେ ସର୍ବଦା ଅର୍ଥାଭାବ ଲାଗିରହେ। ଏହି ଅର୍ଥାଭାବ ଯୋଗୁଁ ଋଣ କରିବାକୁ ପଡ଼ିଥାଏ ଓ ଋଣ ବୋଝରେ ଚାପି ହୋଇ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ, କେତେକ ବାସ୍ତୁ ଦୋଷ ଯୋଗୁଁ ହିଁ ଏହି ଋଣ ସମସ୍ୟା ଲାଗି ରହିଥାଏ। ତେବେ ଏନେଇ ସମାଧାନର ଉପାୟ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ଋଣ ବୋଝରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ର ସହ ଜଡ଼ିତ କିଛି ନିୟମ –

୧. ବାସ୍ତୁ ଅନୁସାରେ, ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ। ତେଣୁ ଘରର ଉତ୍ତର-ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାଇବା ଉଚିତ୍‍।

- Advertisement -

୨. ଘର ତିଆରି କରିବା ସମୟରେ ନିଅଁ ଖୋଳା ଯାଇଥାଏ। ଏହାକୁ ଅତିକମ୍‌ରେ ଦୁଇରୁ ତିନି ଫୁଟ୍‌ ଗଭୀର କରି ଖୋଳନ୍ତୁ। ଏଥିସହିତ ଘରର ଉତ୍ତର ଦିଗକୁ ଗଡ଼ାଣିଆ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି।

୩. ଘରର ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ଦିଗରେ ପାଣି ଟାଙ୍କି, କୂଅ କିମ୍ୱା ନଳକୂପ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ଅର୍ଥାଭାବ ଲାଗିରହେ।

୪. ପୂର୍ବ ଓ ଉତ୍ତର ଦିଗରେ ଭାରି ବସ୍ତୁ ରଖିବା ଉଚିତ୍‌ ନୁହେଁ। ଘର ତିଆରି ସମୟରେ ଉତ୍ତର-ଦକ୍ଷିଣ ପାଚେରୀକୁ ସିଧା ତିଆରି କରନ୍ତୁ। ଏପରି କଲେ ଧନଲାଭ ହୋଇଥାଏ।

୫. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ। ଯଦି ଆପଣ ଋଣ କରିଛନ୍ତି, ତେବେ ଏହାର ପ୍ରଥମ କିସ୍ତି ମଙ୍ଗଳବାର ହିଁ ଦିଅନ୍ତୁ। ଏହି ସବୁ ବାସ୍ତୁ ଉପାୟ ଅବଲମ୍ୱନ କରିବା ଦ୍ୱାରା ଋଣଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories