www.samajalive.in
Monday, December 8, 2025
27.1 C
Bhubaneswar

ଘିକୁଆଁରୀ ଜେଲ-ଗୋଲାପ ଜଳର ବ୍ୟବହାର ଦ୍ବାରା ମୁହଁକୁ କରନ୍ତୁ ସୁନ୍ଦର

ଘିକୁଆଁରୀକୁ ଔଷଧ ରୂପେ ବ୍ୟବହାର କରିବା ଦ୍ବାରା ଅନେକ ଲାଭ ହୋଇଥାଏ। ମୁହଁକୁ ସୁନ୍ଦର କରିବା ପାଇଁ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ଏଥିରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ମାତ୍ରାରେ ରହିଛି। ମୁହଁ ପାଇଁ ବ୍ୟବହୃତ ଅନେକ ପ୍ରସାଧନ ସାମଗ୍ରୀରେ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ବଜାରରେ ଘିକୁଆଁରୀର ଜେଲ ମିଳିଥାଏ। କିନ୍ତୁ ସେଥିରେ ଅନେକ କେମିକାଲ ମିଶ୍ରଣ କରାଯାଇଥାଏ। ଘରେ ଘିକୁଆଁରୀ ଗଛ ଥି​‌ଲେ ତାହାକୁ ବ୍ୟବହାର କରି ଜେଲ ପ୍ରସ୍ତୁତ କରି ପାରିବା।

ଘିକୁଆଁରୀ ଜେଲ ପ୍ରସ୍ତୁତ କରିବା ପ୍ରଣାଳୀ :

- Advertisement -

ଘିକୁଆଁରୀ ଗଛରୁ କିଛି ପତ୍ର ତୋଳି ନିଅନ୍ତୁ। ତାକୁ ଭଲ ଭାବେ ଧୋଇ ଦିଅନ୍ତୁ। ତାପରେ ପତ୍ରର ଏକ ପାଖରୁ କାଟି ଚୋପା ଛଡାଇ ଦିଅନ୍ତୁ। ଗୋଟିଏ ଚାମଚ ସାହାଯ୍ୟରେ ସେଥିରୁ ଜେଲ ବାହାର କରି ପାତ୍ରରେ ରଖନ୍ତୁ। ତାପରେ ସେଥିରେ ଭିଟାମିନ-ଇ କ୍ୟାପସୁଲ କିମ୍ବା ଭିଟାମିନ-ସି ତେଲ/ପାଉଡର ମିଶାନ୍ତୁ। ସୁଗନ୍ଧିତ ଜେଲ ପ୍ରସ୍ତୁତ କରିବା ପାଇଁ ସେଥିରେ ଗୋଲାପ ଜଳ ମିଶାଇ ପାରିବେ।

ଘିକୁଆଁରୀର ଲାଭ :

ଘିକୁଆଁରୀରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ରହିଛି। ଏହା ମୁହଁରୁ କଳା ଦାଗ ଦୂର କରିବା ସହ ଅନେକ ଲାଭଦାୟକ ହୋଇଥାଏ। ଏହା ବ୍ୟାକ୍ଟେରିଆ ଓ ଚର୍ମ ରୋଗ (ଫଙ୍ଗଲ ଇନଫେକସନ୍) କରି ସମସ୍ୟାରୁ ଦୂରେଇ ରଖିଥାଏ।

ଘିକୁଆଁରୀ ଚର୍ମକୁ ପୋଷଣ ପହଞ୍ଚାଇଥାଏ। ଏହା ମୁହଁ ପାଇଁ ଏକ ମଶ୍ଚରାଇଜର ପରି କାମ କରିଥାଏ। ସମସ୍ତେ ଏହାକୁ ବ୍ୟବହାର କରିପାରିବେ। ଏହା ବର୍ଷାଦିନେ ଏଲର୍ଜିରୁ ମଧ୍ୟ ରକ୍ଷା କରିଥାଏ।

ମୁହଁରେ ଦାଗ ରହିଥିଲେ ଘିକୁଆଁରୀ ଜେଲକୁ ପ୍ରତ୍ୟେକ ଦିନ ଲଗାନ୍ତୁ। ଏହାକୁ ପ୍ରତିଦିନ ଲଗାଇବା ଦ୍ବାରା ଦାଗ ଦୂର ହୋଇଥାଏ।

ଘିକୁଆଁରୀରେ ଆଣ୍ଟି-ଅକ୍ସାଇଡ୍ ଭରପୂର ରହିଛି। ଏହା ମୁହଁ ପାଇଁ ସର୍ବୋତ୍ତମ ଅଟେ।

ଏହା ମୁହଁରେ ଲଗାଇବା ଦ୍ବାରା ମୃତ କୋଷ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ମୃତ କୋଷ ବାହାରିବାରୁ  ମୁହଁର ସୌନ୍ଦର୍ଯ୍ୟ ବଢିଥାଏ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories