www.samajalive.in
Friday, December 5, 2025
23.1 C
Bhubaneswar

ପିଲାଙ୍କ ଦୁର୍ବଳତାକୁ ଅଣଦେଖା କରନ୍ତୁ ନାହିଁ

ପିଲାମାନେ ସେମାନଙ୍କ ହାତ ତଥା ପାଦରେ ଦୁର୍ବଳତା ଅନୁଭବ କରୁଥିବା ବେଳେବେଳେ କହିଥାନ୍ତି। ତେବେ ସେମାନଙ୍କର ଏହି ଅଭିଯୋଗକୁ ହାଲୁକା ଭାବେ ଗ୍ରହଣ କରନ୍ତୁନି। ଏହା ସାଧାରଣ ହୋଇପାରେ। ବେଳେବେଳେ ଚିନ୍ତାଜନକ ବି ହୋଇପାରେ। ଜନ୍ମରୁ ଦୁର୍ବଳ ପିଲା କୌଣସି ଆନୁବଂଶିକ ରୋଗର ଶିକାର ହୋଇପାରିଥାନ୍ତି ବା ଗର୍ଭାବସ୍ଥା ବେଳେ କୌଣସି ବିକାର ଦ୍ୱାରା ଆକ୍ରାନ୍ତ ହୋଇପାରିଥାନ୍ତି। ଡ଼ାଉନ ସିନ୍‍ଡ଼୍ରୋମ୍‍, ମସ୍କ୍ୟୁଲାର ଡ଼ିଷ୍ଟ୍ରଫି ଆଦିରେ ଆକ୍ରାନ୍ତ ପିଲାମାନେ ସାଧାରଣ ପିଲାଙ୍କ ଠାରୁ ଅନେକ କ୍ଷେତ୍ରରେ ପଛୁଆ ରହିଥାନ୍ତି।

କୌଣସି ରୋଗ ବେଶୀ ଦିନ ରହିବା ବା ହରମୋନରେ ଅସନ୍ତୁଳନ ଯୋଗୁଁ ପିଲାମାନଙ୍କଠାରେ ଦୁର୍ବଳତା ଅଧିକ ସମୟ ଧରି ରହିଥାଏ। ପିଲାଙ୍କୁ ଟିବି, ଯକୃତ୍‍ରେ ଦୁର୍ବଳତା, ଥାଏରଏଡ଼ ଦୁର୍ବଳତା ଭଳି କିଛି ରୋଗର ଲକ୍ଷଣ ସାଧାରଣ ଦୁର୍ବଳତା ରୂପରେ ସାମ୍ନାକୁ ଆସିଥାଏ। ଠିକ୍‍ ସମୟରେ ଡାକ୍ତରଙ୍କ ପରାମର୍ଶ ପିଲାଙ୍କୁ ଏହାଠାରୁ ମୁକ୍ତି ଦେଇପାରେ।

- Advertisement -

ପୁଷ୍ଟିହୀନତା ମଧ୍ୟ ପିଲାକୁ ଅଧିକରୁ ଅଧିକ ରୋଗାକ୍ରାନ୍ତ କରିଥାଏ। କିଛି ପୋଷକ ତତ୍ତ୍ୱ ଯେପରି କ୍ୟାଲସିୟମ୍‍, ଫସଫରସ୍‍ ବା ଭିଟାମିନ୍‍ ସି ଓ ଡ଼ି’ର ଅଭାବ ଯୋଗୁ ପିଲା ଦୁର୍ବଳତା ଅନୁଭବ କରିଥାଏ। ଏହାର ଅଭାବରେ ପିଲାର ଗୋଡ଼ ଚାଲିବା ବେଳେ ବଙ୍କା ପଡ଼ିଥାଏ ବା ସେ ବାରମ୍ବାର ଖସି ପଡ଼ିଥାଏ। ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପିଲାଙ୍କ ପାଇଁ ମଝିରେ ମଝିରେ ସନ୍ତୁଳିତ ଭୋଜନର ବ୍ୟବସ୍ଥା କରାଇବା ଦରକାର। ଏହାଦ୍ୱାରା ପିଲାକୁ ଯେ କୌଣସି ପ୍ରକାର ଦୁର୍ବଳତାଠାରୁ ଦୂରେଇ ରଖାଯାଇପାରିବ।

ଜନ୍ମରୁ ଦୁର୍ବଳ ପିଲାର ଆଂଶିକ ଉପଚାର ମଧ୍ୟ କରାଯାଇପାରିବ। ପିଲାଙ୍କ କ୍ଷେତ୍ରରେ ‘ଗୁଲେନ ବାର ସନ୍‍ଡ଼୍ରୋମ୍‍ ଏଭଳି ଏକ ରୋଗ ଯେଉଁଥିରେ ଦୁର୍ବଳତା ପାଦରୁ ଆରମ୍ଭ ହୋଇ ହାତ, ଛାତି ଦେଇ ଗାଲ ପର୍ଯ୍ୟନ୍ତ ଆସିଯାଇଥାଏ। ଠିକ୍‍ ସମୟରେ ଠିକ୍‍ ଉପଚାର କଲେ ଏହି ଭୟାନକ ରୋଗରୁ ପିଲାକୁ ମୁକ୍ତ ରଖାଯାଇପାରିବ।

ଡ଼ାକ୍ତରଙ୍କ ସାମାନ୍ୟ ଭୁଲ୍‍ ମଧ୍ୟ ଆପଣଙ୍କ ପିଲାଙ୍କୁ ସବୁଦିନ ପାଇଁ ଅକ୍ଷମ କରାଇପାରେ। କୌଣସିଠାରେ ଆଘାତ ଯୋଗୁ ପିଲାକୁ ଯଦି କୌଣସି ଭୁଲ ଇଞ୍ଜେକସନ ଦିଆଯାଏ ଏହାଦ୍ୱାରା ସେ ସବୁଦିନ ପାଇଁ ପଙ୍ଗୁ ହୋଇଯାଇପାରେ। ତେଣୁ ପିଲା କେବେ ବି ଦୁର୍ବଳତା ଅନୁଭବ କରୁଥିବା କହୁଥିଲେ ତାକୁ ନଜରଅନ୍ଦାଜ କରନ୍ତୁ ନାହିଁ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories