www.samajalive.in
Sunday, December 14, 2025
23.1 C
Bhubaneswar

ଗୋପବନ୍ଧୁ ଚୌଧୁରୀ

ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ନେତା ଗୋପବନ୍ଧୁ ଚୌଧୁରୀ ୧୮୯୫ ମେ ୮ରେ ଜଗତସିଂହପୁର ନିକଟସ୍ଥ ଖେରାସା ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗାଁ ବିଦ୍ୟାଳୟରୁ ପାଠ ପଢ଼ି ଉଚ୍ଚଶିକ୍ଷା ପାଇଁ ସେ କଲକାତା ଗଲେ। ସେଠି ପ୍ରେସିଡେନସୀ ମହାବିଦ୍ୟାଳୟରୁ ଗଣିତଶାସ୍ତ୍ରରେ ବି.ଏ. ପାଶ କଲେ। ୧୯୧୪ରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଝିଆରୀ ରମା ଦେବୀଙ୍କୁ ଗୋପବନ୍ଧୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଗୋପବନ୍ଧୁ ଓ ତାଙ୍କ ପତ୍ନୀ ରମାଦେବୀଙ୍କ ମିଳିତ ଉଦ୍ୟମରେ ଅଳକାଶ୍ରମ ପ୍ରତିଷ୍ଠା କରାଗଲା। ଏହି ଆଶ୍ରମରେ ସ୍ଥାନୀୟ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା, ଖଦି ସୂତା ପ୍ରସ୍ତୁତି, ଉନ୍ନତ ଚାଷ ପ୍ରଣାଳୀ, କୁଟୀର ଶିଳ୍ପର ବିକାଶ, ମେଲେରିଆ ଓ ହଇଜାରୁ ରକ୍ଷା ପାଇବା ପାଇଁ ଉପାୟ ବିଷୟରେ ଅବଗତ କରାଗଲା। ଗୋପବନ୍ଧୁ ୧୯୨୧ରେ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସଭ୍ୟ ହେଲେ ଓ ସ୍ବାଧୀନ ଭାରତ ପାଇଁ ସମସ୍ତଙ୍କୁ ଆହ୍ବାନ ଦେଲେ। ତ୍ୟାଗୀ ଗୋପବନ୍ଧୁଙ୍କର ଲୋଭ, କ୍ରୋଧ ଓ ହିଂସା ନଥିଲା। ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟ ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଓ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ କାରାବରଣ କରିଥିଲେ। ତାଙ୍କ ନାମରେ ଅନେକ ସ୍ମୃତି ପୀଠ ନିର୍ମାଣ ହୋଇଛି। ୧୯୫୮ ଏପ୍ରିଲ ୨୯ରେ ହୃଦ୍‌‌ରୋଗରେ ତାଙ୍କ ଦେହାନ୍ତ ହୋଇଥିଲା। ଶ୍ରାଦ୍ଧ ଦିବସରେ ଚିରସ୍ମରଣୀୟ ତ୍ୟାଗୀ ଗୋପବନ୍ଧୁ ଚୌଧୁରୀଙ୍କୁ କୋଟିକୋଟି ପ୍ରଣାମ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories