www.samajalive.in
Sunday, December 14, 2025
23.1 C
Bhubaneswar

ବଢୁଛି ବ୍ରିଜ୍‌ଭୂଷଣଙ୍କ ଅଡୁଆ : ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ବୃଦ୍ଧି ପାଉଛି ସମର୍ଥନ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ଅଡୁଆ ବଢିବାରେ ଲାଗିଛି।ତାଙ୍କୁ ଗିରଫ କରିବା ଦାବିରେ ଧାରଣ ଦେଉଥିବା ଦେଶର ନାମୀ ଅନ୍ତର୍ଜାତୀୟ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ତାରକା ଜାଭେଲିନ୍‌ ଫିଙ୍ଗାଳୀ ନୀରଜ ଚୋପ୍ରା, ପୂର୍ବତନ କ୍ରିକେଟର୍‌ କପିଳ ଦେବଙ୍କ ସହ ଅନେକ କ୍ରୀଡ଼ାବିତ୍‌  ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ।
ବ୍ରିଜ୍‌ଭୂଷଣଙ୍କ ନାମରେ ଯୌନ ଓ ମାନସିକ ନିର୍ଯାତନା ଏବଂ ଅର୍ଥ ତୋଷରପାତ ଅଭିଯୋଗ ଆଣିଛନ୍ତି କୁସ୍ତି ଖେଳାଳି । ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନବ୍ୟକ୍ତ କରିବା ସହ ସେମାନଙ୍କୁ ନ୍ୟାୟ ମିଳିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍‌ ବୋଲି ଦର୍ଶାଇଛନ୍ତି । ସେହିପରି ଭାରତୀୟ ଅଲିମ୍ପିକ୍‌ସ ସଂଘ ସଭାପତି ଧାରଣାରତ କୁସ୍ତି ଖେଳାଳିଙ୍କୁ ସମାଲୋଚନା କରିଥିବାରୁ ଏହାକୁ ନେଇ ନୀରଜ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ନୀରଜ ଦର୍ଶାଇଛନ୍ତି ନ୍ୟାୟ ପାଇଁ କୁସ୍ତି ଖେଳାଳିମାନେ ରାଜରାସ୍ତାରେ ଧାରଣା ଦେଉଥିବା ଦେଖି ସେ ଦୁଃଖିତ। ସେମାନେ କୁସ୍ତିରେ ଦେଶକୁ ପ୍ରତିନିଧିତ୍ବ କରିବା ସହ ଅନେକ ପଦକ ଜିତିଛନ୍ତି। ସେମାନଙ୍କ ପ୍ରଦର୍ଶନ ଦେଶ ପାଇଁ ଗର୍ବ ଆଣି ଦେଇଛି। ସେମାନଙ୍କ ସ୍ବାର୍ଥରକ୍ଷା କରାଯିବା ନିହାତି ଆବଶ୍ୟକ। ବର୍ତ୍ତମାନ ଯାହା ଘଟୁଛି ତାହା ଘଟିବା ଉଚିତ୍‌ ନୁହେଁ। କୁସ୍ତି ଖେଳାଳିମାନେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବେଶ୍‌ ସମ୍ବେଦନଶୀଳ ହୋଇଥିବାରୁ ବିନା ପକ୍ଷପାତ ଓ ସ୍ବଚ୍ଛ ଭାବେ ସେମାନଙ୍କ ଅଭିଯୋଗର ତଦନ୍ତ ହେବା ଆବଶ୍ୟକ। କୁସ୍ତି ଖେଳାଳିଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅଧିକାରୀମା​‌େ​‌ନ ଉଦ୍ୟମ କରିବା ଆବଶ୍ୟକ।
ସେହିପରି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଧାରଣାରତ କୁସ୍ତି ଖେଳାଳିଙ୍କ ଫଟୋ ଛାଡ଼ିବା ସହ ସେମାନଙ୍କୁ ନ୍ୟାୟ ମିଳିବ କି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ପୂର୍ବତନ ମହିଳା ଟେନିସ୍‌ ଖେଳାଳି ସାନିଆ ମିର୍ଜା, ମହିଳା ହକି ଖେଳାଳି ରାଣୀ ରାମପାଲ୍‌, ମହିଳା ବକ୍ସର ନିଖତ ଜରିନ୍‌ ପ୍ରମୁଖ ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନବ୍ୟକ୍ତ କରିବା ସହ ସେମାନଙ୍କୁ ତୁରନ୍ତ ନ୍ୟାୟ ମିଳିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
ସେହିପରି ପୂର୍ବତନ ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ, ହରଭଜନ ସିଂହ ଓ ଇର୍ଫାନ୍‌ ପଠାନ ପ୍ରମୁଖ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି।
ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଶୁକ୍ରବାର ଦିଲ୍ଲୀ ପୁଲିସ ସୂଚନା ଦେଇଛି। ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଥିବା ବେଳେ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି କୁସ୍ତି ଖେଳାଳିମାନେ ସ୍ପଷ୍ଟ କରି ଦେଇଛନ୍ତି। ଯେପର୍ଯ୍ୟନ୍ତ ବ୍ରିଜ୍‌ଭୂଷଣ ଗିରଫ ହୋଇନାହାନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କୁସ୍ତି ଖେଳାଳିମାନେ କହିଛନ୍ତି। କେବଳ ଗିରଫ ନୁହେଁ ବ୍ରିଜ୍‌ଭୂଷଣଙ୍କ ଲୋକସଭା ସାଂସଦ ପଦ ରଦ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ମହିଳା କୁସ୍ତି ଖେଳାଳି ବିନେଶ କହିଥିଲେ ଦିଲ୍ଲୀ ପୁଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଳମ୍ବ କରିଥିବାରୁ ତାଙ୍କ ଉପରେ ଆମର ଭରସା ନାହିଁ। ଦିଲ୍ଲୀ ପୁଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ କୋହଳ ଦଫାରେ ମାମଲା ରୁଜୁ କରିପାରେ ବୋଲି ବିନେଶ ଆଶଙ୍କାବ୍ୟକ୍ତ କରିଥିଲେ। ଶୀର୍ଷ ନ୍ୟାୟାଳୟ ଉପରେ କୁସ୍ତି ଖେଳାଳିଙ୍କ ଭରସା ରହିଥିବା ବିନେଶ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାମଲାରେ ହସ୍ତକ୍ଷେପ କରି ବ୍ରିଜ୍‌ଭୂଷଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ବ୍ରିଜ୍‌ଭୂଷଣ ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦେଉଥିବାର ପ୍ରମାଣ ଶୀର୍ଷ ନ୍ୟାୟାଳୟକୁ ପ୍ରଦାନ କରିବେ ବୋଲି ବିନେଶ କହିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories