www.samajalive.in
Sunday, December 14, 2025
26.1 C
Bhubaneswar

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତିବାଦରେ ଏବିଭିପିର ବିକ୍ଷୋଭ

କେନ୍ଦୁଝରଗଡ଼ : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଗୁରୁବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ଜିଲା ଏବଂ ନଗର ଶାଖା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଏସଏସସି ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣଜନିତ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା, ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ନଦେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବୀ ଖାଲି ପଡିବା ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି ବୋଲି ବିକ୍ଷୋଭ ପ୍ରଦର୍ଶନ ବେଳେ ଏବିଭିପି କର୍ମକର୍ତ୍ତାମାନେ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦ ତୁରନ୍ତ ପୂରଣ କରିବା, ମହର୍ଷି କଲେଜ, ବିଜେବି କଲେଜ ଓ ବିଭିନ୍ନ କ୍ୟାମ୍ପସରେ ଅଣଛାତ୍ରଙ୍କ ଦ୍ୱାରା ଆକ୍ରମଣ ଘଣାରେ ସମ୍ପୃକ୍ତ ଅପରାଧିଙ୍କୁ ଚିହ୍ନଟ କରି ଦଣ୍ଡ ପ୍ରଦାନ ସହ ସମସ୍ତ କ୍ୟାମ୍ପସରେ  ସୁରକ୍ଷା ବ୍ୟବସ୍ଥାକରିବା, ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ଅପରାଧ ରୋକିବା, ଓଏସଏସସି ଏବଂ ମାଟ୍ରିକ ପରୀକ୍ଷା ତ୍ରୁଟିରେ ସୁଧାର ଆଣିବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତ ତଥା ରାଜ୍ୟରେ ଖାଲି ପଡିଥିବା ୨.୨୬ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ଦାବିରେ ଏବିଭିପି ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା। ଏବିଭିପିର କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ତୈଳ ଚିତ୍ର ଦାହ କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories