www.samajalive.in
Sunday, December 14, 2025
26.1 C
Bhubaneswar

୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ବଡ଼ମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଦ୍ୱାରା ଗିରଫ

ବଡ଼ମ୍ବା : ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ଅଭିଯୁକ୍ତ ଯନ୍ତ୍ରୀ ସଂପୃକ୍ତ ବ୍ୟକ୍ତିଙ୍କ ଏକ ବିଲ ପାସ କରାଇଦେବାକୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିବା କଟକ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସର ଏକ ୨୦ଜଣିଆ ସ୍ୱତନ୍ତ୍ର ଦଳ ଗୁରୁବାର ସକାଳେ ସଂପୃକ୍ତ ଯନ୍ତ୍ରୀ ରହୁଥିବା ବଡ଼ମ୍ବା ବ୍ଲକ କଲୋନିରେ ଚଢାଉ କରିଥିଲେ। ଅଭିଯୋଗକାରୀ ବ୍ୟକ୍ତିଙ୍କଠାରୁ ଯନ୍ତ୍ରୀ ଜଣଙ୍କ ତାଙ୍କ ବାସଭବନରେ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ଘଟଣାସ୍ଥଳରେ ଗିରଫ କରିଥିଲେ।

ସୂଚନା ଅନୁଯାଇ ଜଣେ ଅତିରିକ୍ତ ଏସପିଙ୍କ ସମେତ ୬ଜଣ ବିଭାଗୀୟ ଡିଏସପି ଏହି ଚଢାଉରେ ସାମିଲଥିଲେ। ବିଭାଗୀୟ କତୃପକ୍ଷଙ୍କ ସୂଚନାନୁଯାଇ ଗିରଫ ଯନ୍ତ୍ରୀଙ୍କୁ ଅଧିକ ପଚରାଉଚୁରା ଲାଗି ସଙ୍ଗେସଙ୍ଗେ କଟକ ନିଆଯାଇଥିଲା। ଅପରପକ୍ଷରେ ଗିରଫ ଯନ୍ତ୍ରୀଙ୍କ କଟକ, ବାଲିପାଟଣା ଅଞ୍ଚଳରେ ଥିବା ନିଜ ଘର ସମେତ ସମ୍ପର୍କୀୟଙ୍କ ଘରେ ଅନୁରୂପ ତଲାସି କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ପ୍ରକାଶଥାଉକି ବିଗତ କିଛିବର୍ଷ ମଧ୍ୟରେ ଜଣେ ସହକାରୀ ଯନ୍ତ୍ରୀଙ୍କୁ ମିଶାଇ ବଡ଼ମ୍ବା ବ୍ଲକରେ କାର୍ଯ୍ୟରତ ଦୁଇଜଣ କନିଷ୍ଠ ଯନ୍ତ୍ରୀ ଲାଞ୍ଚନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏହି ଘଟଣାକୁନେଇ ବ୍ଲକ କର୍ମଚାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଦିନ ତମାମ ଭିଜିଲାନ୍ସ ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟରେ ଘଟଣାସହିତ ସଂପୃକ୍ତ ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories