www.samajalive.in
Sunday, December 14, 2025
16.1 C
Bhubaneswar

ଚିକିତ୍ସାରେ ଅବ୍ୟବସ୍ଥା ଓ ଲାଞ୍ଚ ପ୍ରସଙ୍ଗରେ ସିଡିଏମଓଙ୍କୁ ଘେରିଲେ ଆଇନଜୀବୀ

କେନ୍ଦୁଝରଗଡ଼: କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିଚାଳିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ରୋଗୀଙ୍କୁ ଚିକିତ୍ସା ସେବା ପାଇଁ ଡାକ୍ତର ଲାଞ୍ଚ ମାଗିବା ଭଳି ସ୍ପର୍ଶକାତର ପ୍ରସଙ୍ଗରେ ଗୁରୁବାର ଜିଲା ଓକିଲ ସଂଘ କେନ୍ଦୁଝରର କର୍ମକର୍ତ୍ତା ଓ ସଦସ୍ୟ ସିଡିଏମଓଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିବା ସହ ଦୃଢ଼ ପଦକ୍ଷେପ ଗ୍ରହଣ ଦାବିରେ ଜିଦ୍‍ ଧରି ବସିଥିଲେ।

ବିଶେଷକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ନିୟୋଜିତ ଭେଷଜ ମହାବିଦ୍ୟାଳୟର ଅଧିକାଂଶ ଡାକ୍ତର ସପ୍ତାହକୁ ଦିନେ ଦୁଇଦିନ ଆସି ଅବଶିଷ୍ଟ ୫ଦିନ ଅନୁପସ୍ଥିତ ରହିବା, ଧାର୍ଯ୍ୟ ସମୟରେ ଡାକ୍ତର ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ନଦେବା, ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ବଦଳରେ ସହରରେ ଥିବା କେତେକ ନିର୍ଦ୍ଦିଷ୍ଟ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର ପରାମର୍ଶ ଦେଇ ଚିକିତ୍ସା ଆଳରେ ରୋଗୀଙ୍କୁ ଶୋଷଣ କରିବା, ଚିକିତ୍ସାଳୟ ପରିସର ଓ ବାହାରେ ବିପର୍ଯ୍ୟସ୍ତ ପରିମଳ ସେବା ଭଳି ସ୍ପର୍ଶକାତର ପ୍ରସଙ୍ଗକୁ କେନ୍ଦ୍ର କରି ଜିଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଉପସଭାପତି ଆଲୋକ ମହାନ୍ତ, ସମ୍ପାଦକ ସଞ୍ଜୀତ ଦାସ, ଯୁଗ୍ମସମ୍ପାଦକ ବିଶ୍ୱରଞ୍ଜନ ସାହୁ ଓ ଦୁର୍ଗା ପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ସନ୍ଦୀପ କୁମାର ସିଂହ, ସାଇସ୍ୱରୂପ ଚକ୍ର, ଲୋକେଶ କୁମାର ମହାନ୍ତ, ରାଜେନ୍ଦ୍ର କୁମାର ସାହୁ, ଯୁଧିଷ୍ଠିର ନାଏକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଗୁରୁବାର ପୂର୍ବାହ୍ନରେ ସିଡିଏମଓ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ କରିଥିଲେ।

- Advertisement -

ସେହିଭଳି ଘଟଗାଁ ଥାନା ଅଧିନ ଜଳଧର ମୁଣ୍ଡାଙ୍କ ଏକ ୨ବର୍ଷର ଶିଶୁ କନ୍ୟାର ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ବାହାରିଥିବା ଅନ୍ୟ ଏକ ଆଙ୍ଗୁଳି ଅପରେସନ ପାଇଁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୀଲ ପଣ୍ଡା ୪୦ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଓକିଲ ସଂଘ କର୍ମକର୍ତ୍ତା କ୍ଷୋଭ ପ୍ରକାଶ ସହ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଚିକିତ୍ସା ଆଳରେ ଘରୋଇ ଚିକିତ୍ସାଳୟରେ ରୋଗୀଙ୍କୁ ଶୋଷଣ କରୁଥିବା ଭଳି ସଙ୍ଗୀନ ଅଭିଯୋଗର ଯେଭଳି ପୁନରାବୃତ୍ତି ନଘଟେ ସେଇ ଓକିଲ ସଂଘ ସଭାପତି ଶ୍ରୀ ଚକ୍ରବର୍ତ୍ତୀ ସତର୍କ କରାଇ ଦେଇଥିଲେ।

ଜିଲା ମୁଖ୍ୟ ଚିକିତ୍ସାଧିାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଅଭିଯୋଗ ସମ୍ପର୍କରେ ଅବଗତ ହେବା ପରେ ଭେଷଜ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ମହେନ୍ଦ୍ର କୁମାର ନାଏକ, ଜିଲା ମୁଖ୍ୟ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଏଡିଏମଓ ମେଡିକାଲ ଡାକ୍ତର ଅସୀମ କୁମାର ଦେ, ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ଡାକ୍ତର ସୋରାଇ ସୋରେନ ଏବଂ ରୋଗୀଙ୍କୁ ଚିକିତ୍ସା ପାଇଁ ଅର୍ଥ ଦାବି କରିଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୀଲ ପଣ୍ଡାଙ୍କୁ ଡକାଇ ଆଲୋଚନା କରିବା ସହ ଲାଞ୍ଚ ପ୍ରସଙ୍ଗରେ ଡାକ୍ତର ଶ୍ରୀ ପଣ୍ଡାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚେତାବନୀ ଦେବାସହ ଧାର୍ଯ୍ୟ ସମୟ ମଧ୍ୟରେ ଚିକିତ୍ସାରେ ଉପସ୍ଥିତ ନରହିଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ପୃଷ୍ଟି ପଦକ୍ଷେପ ଗ୍ରହଣ ନିମନ୍ତେ ଅଧିକ୍ଷକ ଡାକ୍ତର ଶ୍ରୀ ନାଏକ ଓ ଏଡିଏମଓ ଡାକ୍ତର ଶ୍ରୀ ଦେଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଜଳଧର ମୁଣ୍ଡାଙ୍କ ୨ବର୍ଷର ଶିଶୁ କନ୍ୟାର ଆଙ୍ଗୁଳି ଅପରେସନ ଦିନେ ଦୁଇଦିନ କରିବା ସହ ଅସ୍ଥିଶଲ୍ୟ ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଖୁବ୍‍ ଶିଘ୍ର ଯୋଗାଇ ଦିଆଯିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ପୃଷ୍ଟି କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories