www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟଧାରାରେ ସଂପୃକ୍ତ ଅଞ୍ଚଳର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କଙ୍କଡାହାଡ଼ ବିଦ୍ୟୁତ ବିଭାଗ ଅଧୀନରେ ଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକ ମାଧ୍ୟମରେ ରବି ଋତୁରେ ବିଭିନ୍ନ ପ୍ରକାର ଫସଲ କରିଛନ୍ତି। କିନ୍ତୁ ଗତ ୭ ଦିନ ଧରି ସଂପୃକ୍ତ ଉଠା ଜଳସେଚନକୁ ବିଦ୍ୟୁତ ବିଛିନ୍ନ ହୋଇଯାଇଛି। ଏନେଇ ଚାଷୀମାନେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କର୍ମଚାରୀମାନେ ବିଦ୍ୟୁତ ସଂଯୋଗ କରିବେ କରିବେ ବୋଲି କହି ଠକିବାରେ ଲାଗିଥିଲେ। ସଂପୃକ୍ତ ଉଠାଜଳସେଚନ ଅଧୀନରେ ରହିଥିବା ଭଣ୍ଡାରିଆ ୧, ଭଣ୍ଡାରିଆ ୨ ପ୍ରକଳ୍ପ ଅଧୀନରେ ପ୍ରାୟ ୬୦ ଏକରରେ ଧାନ, ଆଖୁ, ବାଇଗଣ ଆଦି ଫସଲ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଫସଲକୁ ଜଳ ସେଚନର ଆବଶ୍ୟକତା ରହିଛି। କିନ୍ତୁ ବିଭାଗୀୟସ୍ତରରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ରାକେଶ ସାହୁ ମନଇଚ୍ଛା ବିଦ୍ୟୁତ ବିଛିନ୍ନ କରି ସଂପୃକ୍ତ ଚାଷୀଙ୍କୁ ହଇରାଣ କରୁଛନ୍ତି। ଏ ସଂକ୍ରାନ୍ତରେ ଚାଷୀମାନେ କାମାକ୍ଷାନଗରରେ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଜଣାଇବା ପରେ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ସେ ନିର୍ଦେଶ ଦେଇଥିଲେ। ପରେ କର୍ମଚାରୀମାନେ ସଂଯୋଗ କରିଥିଲେ। କିନ୍ତୁ ଗତ ୭ ଦିନ ଧରି ବିଦ୍ୟୁତ ବିଛିନ୍ନ କରାଯାଇଥିବାରୁ ଏହା ଉପରେ ନିର୍ଭର କରୁଥିବା ଫସଲଗୁଡିକ ସୁଖି ଅମଳରେ ବ୍ୟାପକ ହାନୀ ହେବାର ଆଶଙ୍କା ରହିଛି। ଏନେଇ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟଧାରା ଉପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଭଳି ଯନ୍ତ୍ରୀଙ୍କୁ ତୁରନ୍ତ ଏଠାରୁ ଅପସାରିତ କରିବା ପାଇଁ ଦାବି କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories