www.samajalive.in
Saturday, December 13, 2025
26.1 C
Bhubaneswar

ରାଷ୍ଟ୍ରୀୟ ଚିକିତ୍ସା ଉପକରଣ ନୀତିକୁ କେନ୍ଦ୍ରର ଅନୁମୋଦନ

ଡେସ୍କ: ରାଷ୍ଟ୍ରୀୟ ଚିକିତ୍ସା ଉପକରଣ ନୀତି ୨୦୨୩କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ରର ବଜାର ଆକାର ପ୍ରାୟ ୯୦ ହଜାର କୋଟି ଟଙ୍କା ହେବ ଏବଂ ବିଶ୍ୱ ଚିକିତ୍ସା ଉପକରଣ ବଜାରରେ ଏହାର ଅଂଶ ୧ ଦଶମିକ ୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହି ନୀତି ଚିକିତ୍ସା ଉପକରଣ କ୍ଷେତ୍ର ଆଗାମୀ ୫ ବର୍ଷରେ ୧୧ ବିଲିୟନ ଆମେରିକୀୟ ଡଲାରରୁ ୫୦ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଅର୍ଥନୈତିକ ବ୍ୟାପାର କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ଚିକିତ୍ସା ଉପକରଣ ନୀତି ମେଡିକାଲ ଉପକରଣ କ୍ଷେତ୍ରର କ୍ରମାଗତ ଅଭିବୃଦ୍ଧିରେ ସହାୟକ ହେବ ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ସହଜତା, ସୁଲଭତା, ଗୁଣବତ୍ତା ଏବଂ ନବସୃଜନ ଲକ୍ଷ୍ୟ ପୂରଣ କରିବ। ସେ କହିଛନ୍ତି, ନୂତନ କ୍ଷେତ୍ର ଉପରେ ଧ୍ୟାନ ଦେବା ସହିତ ଉତ୍ପାଦନ ପାଇଁ ଏକ ସକ୍ଷମ ବ୍ୟବସ୍ଥା ଏହାର ପୂର୍ଣ୍ଣ ସମ୍ଭାବନାକୁ ନିଶ୍ଚିତ କରିବ। ଡକ୍ଟର ମାଣ୍ଡବ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନୀତି ମେଡିକାଲ୍‌‌ ଉପକରଣ କ୍ଷେତ୍ରକୁ ଅଧିକ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିବ।

- Advertisement -

ଏହି ନୀତି ଘୋଷଣା ପରେ ଭାରତୀୟ ଚିକିତ୍ସା ଉପକରଣ ଶିଳ୍ପ ସଂଘ ଏହାକୁ ସ୍ୱାଗତ କରିଛି। ଏହି ଭଳି ନୀତିକୁ ବହୁ ଆଗରୁ ଅପେକ୍ଷା କରାଯାଉଥିଲା ବୋଲି ସଂଘର ସଂଯୋଜକ ରାଜୀବନାଥ କହିଛନ୍ତି। ଏହା ଚିକିତ୍ସା ଉପକରଣ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories