www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଥମ ଥର ପାଇଁ ଅନ୍‌ ହେଲା ମାନବ ମସ୍ତିଷ୍କ ପରି କାମ କରୁଥିବା ସୁପର କମ୍ପ୍ୟୁଟର

ଲଣ୍ଡନ . – ବିଶ୍ୱର ପ୍ରଥମ ମାନବ ମସ୍ତିଷ୍କପରି  ଆଚରଣ କରୁଥିବା ସୁପର କମ୍ପ୍ୟୁଟର କାମ କରିବା ଆରମ୍ଭ କରିଛି ।  ବିଶ୍ୱର ସର୍ବ ବୃହତ ନ୍ୟୁରୋମୋର୍‌ଫିକ୍‌ ସୁପର କମ୍ପ୍ୟୁଟର  ‘ସ୍ପିନ୍ନାକେର୍‌’କୁ ପ୍ରଥମ ଥର ପାଇଁ ଅନ୍‌ କରାଯାଇଛି । ଏଥିରେ ଦଶ ଲକ୍ଷ ପ୍ରୋସେସର୍‌ ବ୍ୟବହାର କରାଯାଇଛି । ଗୋଟିଏ ସେକେଣ୍ଡରେ ଏହା ୨୦୦୦୦୦୦୦୦୦୦୦୦୦୦୦ଟି କାମ ଏକାସଙ୍ଗରେ କରି ପାରିବ । ରିଅଲ୍‌ ଟାଇମ୍‌ ବା ପ୍ରକୃତ ସମୟରେ ‘ସ୍ପିନ୍ନାକେର୍‌’ ଅଧିକ ବାଓଲଜିକାଲ୍‌ ନ୍ୟୁରୋନ୍‌ର ମଡେଲ୍‌ ତିଆରି କରିପାରିବ  ବୋଲି ଏହାକୁ ତିଆରି କରିଥିବା ଗବେଷକମାନେ ଦାବି କରିଛନ୍ତି ।

ଏହି ମାନବ ମସ୍ତିଷ୍କ ବା ‘ହ୍ୟୁମାନ ବ୍ରେନ ’  ସୁପର କମ୍ପୁଟର ‘ସ୍ପିନ୍ନାକେର୍‌’କୁ ତିଆରି କରିବା ପାଇଁ  ୨୦ ବର୍ଷର ପ୍ରସ୍ତୁତି ସହ  ବୈଜ୍ଞାନିକମାନେ୧୨ ବର୍ଷର ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଏଥିପାଇଁ  ୧୫୦ କୋଟି ଟଙ୍କା ଆର୍ଥିକ ପ୍ରୋତ୍ସାହନ ସୁତ୍ରରେ ମିଳିଥିଲା ।  ୨୦୦୬ ମସିହାରେ ଏହି ସୁପର କମ୍ପ୍ୟୁଟରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା  । ଚଳିତ ନଭେମ୍ବର ୨ ତାରିଖରେ ଏହାକୁ ପ୍ରଥମ ଥର ଅନ୍‌ କରାଯାଇଥିଲା । ୟୁରୋପିଆନ୍‌ ହ୍ୟୁମାନ ବ୍ରେନ୍‌ ପ୍ରୋଜେକ୍ଟ ଓ ଇପିଏସ୍‌ଆରସି ପକ୍ଷରୁ ଏହି ପ୍ରକଳ୍ପ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା ।   ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର  କମ୍ପୁଟରସାଇନ୍ସ ବିଭାଗରେ ନିର୍ମାଣ କରାଯାଇଛି । ମଣିଷର ସ୍ନାୟୁତନ୍ତ୍ରର ମୂଳ ବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ନ୍ୟୁରନ୍‌ ଯେପରି କାମ କରିଥାଏ ଏଥିରେ ସେହିପରି  ଯାନ୍ତ୍ରିକ ବ୍ୟବସ୍ଥା କରାଯାଇଛି  । ଏଥିରେ  ମଣିଷର ମସ୍ତିଷ୍କ ପରି କେତକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories