www.samajalive.in
Sunday, December 14, 2025
26.1 C
Bhubaneswar

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କଲମପୁର: ପୁଣି ଗାଁକୁ ଫେରିଲା ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତଦେହ। ଗତ ସୋମବାର ସକାଳେ ହାଇଦ୍ରାବାଦର ଉସମାନ ନଗରରେ ଥିବା ଜି.ଏମ.ଟି ନାମକ ସଂସ୍ଥା ଅଧିନରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ନିଜ ପୁଅର ମୃତଦେହ ଫେରାଇ ଆଣିବା ପାଇଁ କଲମପୁର ବ୍ଲକ ପ୍ରଶାସନ ନିକଟରେ ପରିବାର ଲୋକ ଆକୁଳ ନିବେଦନ କରିଥିଲେ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ବରଗାଁର କେଶରୀ ମାଝୀଙ୍କ ୨୪ ବର୍ଷିୟ ପୁଅ ଜଗତରାମ ଏକ ବର୍ଷରୁ ଅଧିକ ଦିନ ଧରି ହାଇଦ୍ରାବାଦର ଉସମାନ ନଗରରେ ଥିବା ଜି.ଏମ.ଟି ନାମକ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିିଥିଲା। ଏନେଇ ସାଥି ଶ୍ରମିକ କଲମପୁର ବ୍ଲକ ଅଧିନସ୍ଥ ବରଗାଁଠାରେ ଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ନିଜ ପୁଅର ମୃତଦେହ ଫେରାଇ ଆଣିବା ପାଇଁ ବ୍ଲକ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଥିଲେ ପରିବାର ଲୋକ। ଏନେଇ ଜିଲ୍ଲା ପ୍ରଶାସନ ଏବଂ ଶ୍ରମବିଭାଗ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ସମ୍ପୃକ୍ତ ସଂସ୍ଥା ତରଫରୁ ମୃତକଙ୍କ ଭାଇ ମାଧ୍ୟମରେ ଏକ ଆମ୍ବୁଲାନ୍ସ ସହାୟତାରେ ମୃତଦେହ ବରଗାଁକୁ ଅଣାଯାଇଥିଲା। ଶବ ଗାଁରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହେଇଥିଲା। ପରବର୍ତ୍ତୀ ସମୟରେ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories