www.samajalive.in
Monday, December 8, 2025
13.1 C
Bhubaneswar

ତରଭୂଜ ଫେସିଆଲ..

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୂଜ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ତରଭୂଜ ଫେସିଆଲ ଦ୍ୱାରା ଏହା ମୁହଁର ଚମକୁ ବୃଦ୍ଧି କରିବା ସହ ତ୍ୱଚାର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଜାଣନ୍ତୁ..

ତରଭୂଜରେ ଆଣ୍ଟି-ଅକ୍ସିଡାଣ୍ଟ,ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।

- Advertisement -

ପ୍ରଥମେ ନିଜ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏଥିପାଇଁ ତରଭୂଜ ରସରେ ଅଳ୍ପ ନଡିଆ ତେଲ ମିଶାନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।

ଏହାପରେ ୨ ଚାମଚ ତରଭୂଜ ରସରେ ୧ ଚାମଚ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ହାଲକା ଭାବେ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁ ଖୁବ ଉଜ୍ଜ୍ୱଳ ହେବା ସହ ମୁହଁର ଦାଗ ଦୂର ହୋଇଥାଏ।

ତରଭୂଜର କ୍ରିମ୍‍ ପ୍ରସ୍ତୁତ ପାଇଁ ଏକ ଚାମଚ ତରଭୂଜ ରସରେ ମହୁ ଓ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ।
ଏହାପରେ ବେସନ,କ୍ଷୀର ଓ ତରଭୂଜ ରସକୁ ମିଶାଇ ତ୍ୱଚାରେ ଲଗାନ୍ତୁ।୧୫ ମିନିଟ୍‍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ଫେସିଆଲ କରିବା ଦ୍ୱାରା ନିଜେ ଚମତ୍କାର ଅନୁଭବ କରିବେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories