ମଙ୍ଗଳବାର ରାଶିଫଳ (୨୫.୦୪.୨୦୨୩)

ମେଷ :  ମନପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷାର ମାଧୁରିମା ଦ୍ବାରା ଲୋକସମ୍ପର୍କ ବୃଦ୍ଧି କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ।

ବୃଷ : ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ହେବ। ମିତ୍ରଙ୍କ ସହାୟତା ମିଳିବ।

ମିଥୁନ : ରୋଜଗାର ଆଶାନୁରୂପ ହୋଇପାରେ। ଆୟୁଷ୍ମାନ୍‌ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନସମ୍ପଦ ଭରପୂର ରହିବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।

କର୍କଟ : କର୍ମଚଞ୍ଚଳ ରହିବେ। ଏକାନ୍ତରେ ଧ୍ୟାନରତ ହୋଇ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି।

ସିଂହ : ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜଧନ ପ୍ରାପ୍ତିର ସୂଚନା ମିଳୁଛି। ସନ୍ତାନମାନେ ଗୁଣୀ ଓ ସମ୍ପଦଯୁକ୍ତ ହେବେ।

କନ୍ୟା : କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ଦୟାର୍ଦ୍ରଚିତ୍ତସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।

prayash

ତୁଳା : ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଭୋଗୀ ଓ ବିଳାସୀ ହେବେ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଉଭୟେ ଦମ୍ପତି ମଧୁମୟ ଜୀବନଯାପନ କରିବେ।

ବିଛା : ଅତ୍ୟଧିକ ଶ୍ରମ ସ୍ବୀକାର କରି ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଜଳଯାତ୍ରା ନ କରିବା ଭଲ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।

ଧନୁ : ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। କେତେକ କ୍ଷେତ୍ରରେ ପତ୍ନୀଙ୍କ ପରାମର୍ଶ ଲୋଡ଼ିପାରନ୍ତି। ଅହଂ ତ୍ୟାଗ କରିବେ।

ମକର : ରୋଜଗାର କମିବାର ଆକଳନ କରି ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

କୁମ୍ଭ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ।

ମୀନ : ଉଦାର ସ୍ବଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

Comments are closed.