www.samajalive.in
Thursday, December 11, 2025
16.1 C
Bhubaneswar

ସଲାଉଦ୍ଦିନର ଦୁଇ ପୁଅଙ୍କ ସମ୍ପତ୍ତି ଜବତ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ତଥା ଆତଙ୍କବାଦୀ ସୟଦ ସଲାଉଦ୍ଦିନର ଦୁଇ ପୁଅ ସାହିଦ୍‌ ୟୁସୁଫ ଓ ସୟଦ୍‌ ଅହମ୍ମଦ ସକିଲର ଦୁଇଟି ସମ୍ପତ୍ତିକୁ ସୋମବାର ଜବତ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)। ୟୁସୁଫ ଓ ସକିଲ ୨୦୧୭-୧୮ରୁ ଗିରଫ ହୋଇ ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦୀ ଅଛନ୍ତି। ୟୁସୁଫ ଓ ବିଦେଶରୁ ଅର୍ଥ ସଂଗ୍ରହ କରି ଆତଙ୍କବାଦୀଙ୍କୁ ଯୋଗାଉ ଥିବା ଅଭି‌ିଯୋଗ ହୋଇଥିଲା। ସଲାଉଦ୍ଦିନ୧୯୯୩ରେ ପାକିସ୍ତାନ ଚାଲି ଯାଇଥିଲା। ତାକୁ ୨୦୨୦ ଅକ୍ଟୋବରରେ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା ମୋଦୀ ସରକାର। ବର୍ତ୍ତମାନ ସେ ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଆସୁଛି।
ୟୁସୁଫ ଓ ସକିଲର ସୋଏବଗ୍‌ ଓ ମୋହଲା ରାମବାଗ ଅଞ୍ଚଳରେ ଥିବା ଦୁଇଟି ଜମିକୁ ଏନ୍‌ଆଇଏ ଜବତ କରିଥିବା ଜଣାପଡ଼ିଛି। ସେହିପରି ୨୦୧୮ରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏନ୍‌ଆଇଏ ସୋମବାର ଅବନ୍ତୀପୋରା ଅଞ୍ଚଳରେ ୬ଟି ଦୋକାନକୁ ଜବତ କରିଛି। ଏହି ମାମଲାରେ ୨୦୨୦ ସେପ୍ଟେମ୍ବରରେ ଜଣେ ଅଭିଯୁକ୍ତର ବାପାଙ୍କ ନାମରେ ଥିବା ଗୋଟିଏ ଘରକୁ ଏନ୍ଆଇଏ ଜବତ କରିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories