www.samajalive.in
Monday, December 8, 2025
20.1 C
Bhubaneswar

ସନ୍‌ରାଇଜର୍ସର ହ୍ୟାଟ୍ରିକ୍‌ ପରାଜୟ ; ଦିଲ୍ଲୀର ୨ୟ ବିଜୟ

ହାଇଦରାବାଦ : ପ୍ରଥମ ୫ଟି ମ୍ୟାଚ୍‌ ହାରିବା ପରେ ଆଇପିଏଲ୍‌ରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ସୋମବାର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନ୍‌ରାଇଜର୍ସ ହାଇଦରାବାଦକୁ ୭ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟ ପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ ୩୪ ରନ୍‌ ଲେଖାଏଁ କରିବାରୁ ଦିଲ୍ଲୀ କ୍ୟାପିଟାଲ୍‌ସ ୯ ୱିକେଟରେ ୧୪୪ ରନ୍‌ କରିଥିଲା। ପରେ ସନ୍‌ରାଇଜର୍ସ ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଫଳ ହେବାରୁ ଏହା ୭ ୱିକେଟରେ ୧୩୭ ରନ୍‌ କରି ପାରିଥିଲା। ସନ୍‌ରାଇଜର୍ସ କ୍ରମାଗତ ୩ୟ ପରାଜୟ ଭୋଗିଛି। ୭ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗି ସନ୍‌ରାଇଜର୍ସ ୯ମ ସ୍ଥାନରେ ରହିଛି।
ସନ୍‌ରାଇଜର୍ସର ଓପ୍‌ନର ୧୪୫ ରନ୍‌ ଲକ୍ଷ୍ୟରେ ୫ ଓଭରରେ ୩୧ ରନ୍‌ କରିଥିଲେ। ହ୍ୟାରି ବ୍ରୁକ୍‌ ୧୪ ବଲ୍‌ରୁ ୭ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ଜଗିରଖି ଖେଳିଥିଲେ। ଫଳରେ ୧୦ ଓଭର​‌େ​‌ର ସନ୍‌ରାଇଜର୍ସ ମାତ୍ର ୫୮ ରନ୍‌ କରିଥିଲା। ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିବା ବେ​‌େ​‌ଳ ମୟଙ୍କ ଅଗ୍ରୱାଲ ଛକା ମାରିବା ପ୍ରୟାସରେ କ୍ୟାଚ୍‌ ଦେଇଥିଲେ। ମୟଙ୍କ ୩୯ ବଲ୍‌ରୁ ୭ଟି ଚୌକା ସହ ୪୯ ରନ୍‌ କରିଥିଲେ। ରାହୁଲ ତ୍ରିପାଠୀ ଦୟନୀୟ ବ୍ୟାଟିଂକରି ୨୧ ବଲ୍‌ରୁ ବିନା ବାଉଣ୍ଡରୀରେ ୧୫ ରନ୍‌ କରିଥିଲେ। ଅଭିଷେକ ଶର୍ମା ୫ ରନ୍‌ କରିଥିଲେ। ଅଧିନାୟକ ଐଡେନ୍ ମାର୍କରାମ ମାତ୍ର ୩ ରନ୍‌ କରିଥିଲେ। ଶେଷ ୪ ଓଭରରୁ ୫୧ ରନ୍‌ ଆବଶ୍ୟକ ଥିବା ବେଳେ ହେନ୍‌ରିକ୍ କ୍ଲାସେନ୍ ସଟ୍‌ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର କ୍ଲାସେନ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷ ଓଭରରୁ ୧୩ ରନ୍‌ ଆବଶ୍ୟକ ଥିଲା। ମୁକେଶ କୁମାର ଚମତ୍କାର ବୋଲିଂକରି ଏହି ଓଭରରୁ ମାତ୍ର ୫ ରନ୍‌ ଦେଇଥିଲେ। ୱାଶିଂଟନ ସୁନ୍ଦର ୧୫ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌କରି ଅପରାଜିତ ଥିଲେ। ଆନ୍‌ରିଚ୍‌ ନୋର୍ଖିୟା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।
‘କର ବା ମର’ ସ୍ଥିତିରେ ଥିବା ଦିଲ୍ଳୀ କ୍ୟାପିଟାଲ୍‌ସ ଟସ୍ ଜିତି ବ୍ୟାଟିଂ କରିବାର ସାହସିକ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀର ଓପ୍‌ନର ଫିଲ୍‌ ସଲ୍‌ଟ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ୨ୟ ୱିକେଟ ପାଇଁ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ସାଥୀ ଅଷ୍ଟ୍ରେଲୀୟ ମିଚେଲ ମାର୍ଶ ସ୍କୋର୍‌କୁ ୩୯ ରନ୍‌ରେ ପହଞ୍ଚାଇଥିଲେ। ମାର୍ଶ ଆକ୍ରମଣାତ୍ମକ ବ୍ୟାଟିଂକରି ୧୫ ବଲ୍‌ରୁ ୫ଟି ଚୌକା ସହ ୨୫ ରନ୍‌ କରିଥିଲେ। ୮ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ବାମହାତି ଡେଭିଡ୍‌ ୱାର୍ଣ୍ଣର ପୁଣି ଧିମା ବ୍ୟାଟିଂକରି ୨୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ଚଳିତ ସଂସ୍କରଣରେ ଥରେ ମାତ୍ର ୨ ଅଙ୍କ ସ୍କୋର୍‌ (୧୮) କରିଥିବା ଅମନ ହକିମ୍ ଖାଁ ନିୟମିତ ବିଫଳ ହେଉଥିଲେ ହେଁ ତାଙ୍କୁ ପୁଣି ସୁଯୋଗ ମିଳିଛି।। ଅମନ ୪ ରନ୍‌କରି ଆଉଟ୍‌ ହୋଇଥିଲେ। ୮ ଓଭରରେ ଦିଲ୍ଲୀ ୬୨ ରନ୍‌ କରି ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍‌ସର ସ୍ଥିତି ସୁଧାରିଥିଲେ। ଦୁହେଁ ୧୦ ଓଭର ଖେଳି ୬ଷ୍ଠ ୱିକେଟ ପାଇଁ ମାତ୍ର ୬୯ ରନ୍‌ ଯୋଡ଼ିଥିଲେ। ବାମହାତି ଅକ୍ଷର ୩୪ ବଲ୍‌ରୁ ୪ଟି ଚୌକା ସହ ମାତ୍ର ୩୪ ରନ୍‌ କରିଥିଲେ। ୩ଟି ବଲ୍‌ ପରେ ଆଉଟ୍‌ ହୋଇଥିବା ମନୀଷ ପାଣ୍ଡେ ୨୭ ବଲ୍‌ରୁ ୨ଟି ଚୌକା ସହ ୩୪ ରନ୍‌ କରିଥିଲେ। ଦିଲ୍ଲୀ ଇନିଂସରେ ମାତ୍ର ୨ଟି ଛକା ଓ ୧୫ଟି ଚୌକା ଦେଖିବାକୁ ମିଳିଥିଲା। ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦର ୨୮ ରନ୍‌ ଦେଇ ୩ଟି ୱିକେଟ ନେଇଥିଲେ। ତେବେ ଶ୍ରେଷ୍ଠ ବୋଲିଂ କରିଥିବା ଭୁବନେଶ୍ବର କୁମାର ୪ ଓଭରରୁ ମାତ୍ର ୧୧ ରନ୍‌ଦେଇ ୨ଟି ୱିକେଟ ପାଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories