www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନରେ ସେନାର କ୍ଷମତା ଦଖଲ ଆଶଙ୍କା

ଇସଲାମାବାଦ : ପାକିସ୍ତାନରେ ଅର୍ଥନୈତିକ ଓ ରାଜନୈତିକ ସଂକଟ ଲାଗି ରହିଥିବାବେଳେ ଦେଶରେ ସେନା କ୍ଷମତା ଦଖଲ କରିବାର ଆଶଙ୍କା ପ୍ରକାଶ ପାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଖାକ୍ବାନ ଆବାସି ସେନା କ୍ଷମତା ଦଖଲ କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଆବାସି କହିଛନ୍ତି ଯେ ଦେଶରେ ଆର୍ଥିକ ଓ ରାଜନୈତିକ ସଂକଟ ଯଦି ଜାରି ରୁହେ ତେବେ ସେନା ନିଜ ହାତକୁ ଶାସନ କ୍ଷମତା ନେବ। ଅତୀତରେ ପାକିସ୍ତାନ ସେନା ଅନେକ ସମୟରେ ଦେଶରେ ଶାସନ କ୍ଷମତା ଦଖଲ କରିଆସିଛି। ପାକିସ୍ତାନ ମୁସଲିମ ଲଗି ନୱାଜ (ପିଏମଏଲ-ଏନ୍‌)ର ବରିଷ୍ଠ ନେତା ଆବାସି କହିଛନ୍ତି ଯେ ଦେଶରେ ସେନା କ୍ଷମତା ଦଖଲ କରିବା ଦ୍ବାରା ପରିସ୍ଥିତିରେ କୌଣସି ଉନ୍ନତି ହେବ ନାହିଁ; ବରଂ ପରିସ୍ଥିତି ଅଧିକ ଜଟିଳ ହେବ । ସେ କହିଛନ୍ତି ଯେ ଦେଶକୁ ସଂକଟରୁ ରକ୍ଷା କରିବାକୁ ହେଲେ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (ପିଟିଆଇ) ନେତା ଇମ୍ରାନ ଖାଁ, ପିଏମ୍ଏଲ-ଏନ୍ ମୁଖ୍ୟ ନୱାଜ ସରିଫ ଓ ସେନାମୁଖ୍ୟ ଜେନେରାଲ ଅସିମ୍ ମୁନିର ମିଳିତ ଆଲୋଚନା କରିବା ଦରକାର। ତେବେ ସେ କହିଛନ୍ତି ଯେ ସେନାର ଏକଛତ୍ରବାଦ ନୀତି ଦେଶର ରାଜନୈତିକ ଅଚଳାବସ୍ଥାକୁ ଦୂର କରିବାରେ ସହାୟକ ହେବ। ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ରାଜନୈତିକ ଅଚଳାବସ୍ଥାକୁ ସମାଧାନ କରିଥାଏ। ମାତ୍ର ପାକିସ୍ତାନରେ ଏହା ସମ୍ଭବ ହୋଇପାରି ନାହିଁ। ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪୦୦ ଡଲାରକୁ ଖସିଆସିଛି। ଫଳରେ ପାକିସ୍ତାନ ବିଦେଶରୁ କୌଣସି ଜିନିଷ ଆମଦାନୀ କରିପାରୁ ନାହିଁ। ପାକିସ୍ତାନର ସ୍ଥିତି ଏପରି ହୋଇଛି ଯେ ଏହା ଭାରତ ବିରୋଧରେ ଯୁଦ୍ଧ କରିବାକୁ ଅସମର୍ଥ। ପାକିସ୍ତାନର ପୂର୍ବତନ ସେନାମୁଖ୍ୟ କ୍ବାମାର ଜାଭେଦଙ୍କ ଉକ୍ତିକୁ ଆଧାର କରି ଜଣେ ସାମ୍ବାଦିକ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧ କରିବାକୁ ପାକିସ୍ତାନ ନିକଟରେ ସାମର୍ଥ୍ୟ ଆଉ ନାହିଁ। ଆବାସୀ ୨୦୧୭ ଅଗଷ୍ଟରୁ ୨୦୧୮ ମେ ମାସ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିଲେ। ୧୯୪୭ରେ ପାକିସ୍ତାନର ଗଠନ ପରଠାରୁ ଏଠାରେ ଅନେକ ଥର ସାମରିକ ଶାସନ ହୋଇଛି। ୧୯୫୮-୧୯୭୧, ୧୯୭୭-୧୯୮୮ ଓ ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନରେ ସାମରିକ ଶାସନ ଚାଲିଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories