www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶା ପିସିସି ପଦାଧିକାରୀ ତାଲିକା ଘୋଷିତ

ନୂଆଦିଲ୍ଲୀ : ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳର ୯ ମାସ ପରେ ଅଖିଳ ଭାରତ କଂଗ୍ରେସ କମିଟି ଦ୍ୱାରା ପିସିସି ପଦାଧିକାରୀ ତାଲିକା ଘୋଷିତ ହୋଇଛି। ଶରତ ପଟ୍ଟନାୟକ ନିଜର ୨୧୨ଜଣିଆ ବିଶାଳ ଟିମ୍ ଗଢ଼ିଛନ୍ତି । ୫ଜଣ ବରିଷ୍ଠ ଉପସଭାପତି, ୧୨ଜଣ ଉପସଭାପତି, ୩୯ଜଣ ସାଧାରଣ ସମ୍ପାଦକ, ୬୧ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ, ୬୭ଜଣିଆ କାର୍ଯ୍ୟକାରିଣୀ କମିଟ ସଦସ୍ୟ ଓ ୨୭ଜଣିଆ ମିଡିଆ ବିଭାଗ ସଦସ୍ୟଙ୍କୁୁ ନେଇ ନିଜର ଟିମ୍ ଗଢ଼ିଛନ୍ତି ।
ବରିଷ୍ଠ ଉପସଭାପତି ଭାବେ ଗଣେଶ୍ୱର ବେହେରା, ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଓ ସରସ୍ୱତୀ ହେମ୍ବ୍ରମ୍ବଙ୍କ ନାମ ଘୋଷଣା ହୋଇଛି। ପିସିସି ଉପସଭାପତି ତାଲିକାରେ ମମତା ମାଢ଼ୀ, ଅଧିରାଜ ମୋହନ ପାଣିଗ୍ରାହୀ, ରାଜେନ୍ଦ୍ର ଛତ୍ରିଆ, ବିଭୁତି ମିଶ୍ର, ସି ଏସ ରାଜନ ଏକ୍କା, ଜାନକୀ ବଲ୍ଲଭ ପଟ୍ଟନାୟକ, କିଶୋର ଜେନା, ପ୍ରତିମା ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଭୂଷଣ ଦାସ, ରଜତ କୁମାର ଚୌଧୁରୀ ଓ ନକୁଳ ନାଏକ ଅଛନ୍ତି। କୋଷାଧ୍ୟକ୍ଷ ଭାବେ ସନ୍ତୋଷ ସିଂ ସାଲୁଜାଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ କଂଗ୍ରେସର ୩୯ ଜଣିଆ ସାଧାରଣ ସମ୍ପାଦକ ତାଲିକାରେ ରବୀନ୍ଦ୍ର କୁମାର ମଲ୍ଲିକ, ଡ଼ ଲଲାଟେନ୍ଦୁ ମହାପାତ୍ର, ଘାସିରାମ ମାଝୀ, ନିମାଇଁ ସରକାର, ବିରେନ ସେନାପତି, ସମରେନ୍ଦ୍ର ମିଶ୍ର, ମିନାକ୍ଷୀ ବାହିନପତି ପ୍ରମୁଖ ରହିଛନ୍ତି। ସେହିପରି ୬୧ ଜଣିଆ ସମ୍ପାଦକ ତାଲିକାରେ ପ୍ର୍ରିୟଜିତ ରାୟ, ସନତ୍ୟାୟନ ମିଶ୍ର, ଅଭିଳାସ ମାଣିଆ, ସଂଗ୍ରାମ କେଶରୀ ଦାସ, ସିମାଚଳ ଗିରି ଉଲାକା, ନିରୁପମା ଦାସ, ନରୋତ୍ତମ ନାଏକ, ଶ୍ରୀୟା ମହାନ୍ତି, ରେଖା ପ୍ରଧାନ, କ୍ୟାପଟେନ ରାଜନାରାୟଣ ମହାପାତ୍ର, ଅଜୟ ସାହୁ, ମହମ୍ମଦ ଆକବର ଖାନ ଓ ଅନ୍ୟମାନେ ଅଛନ୍ତି। ଏଥିସହ ପିସିସିର ୬୭ ଜଣିଆ କାର୍ଯ୍ୟକାରୀ କମିଟି ଏବଂ ୨୭ ଜଣିଆ ଗଣମାଧ୍ୟମ କମିଟି ଘୋଷିତ ହୋଇଛି। ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଗଣମାଧ୍ୟମ କମିଟିର ଅଧ୍ୟକ୍ଷ ଏବଂ ଦୀପକ କୁମାର ମହାପାତ୍ରଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories