www.samajalive.in
Saturday, December 13, 2025
26.1 C
Bhubaneswar

ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ଲାଗି ‘କାବେରୀ’ ଅଭିଯାନ

ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସରକାର ‘କାବେରୀ’ ନାମରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୦୦ ଭାରତୀୟଙ୍କୁ ସୁଦାନ ବନ୍ଦରକୁ ଅଣାଯାଇଛି। ସେମାନଙ୍କୁ ସେଠାରୁ ନୌସେନାର ଜାହାଜ ଓ ବାୟୁସେନାର ବିମାନ ଯୋଗେ ଭାରତ ଅଣାଯିବ। ସୁଦାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଥିବାରୁ ଏଠାରେ ଅଟକି ରହିଥିବା ପ୍ରାୟ ୪୦୦୦ ଭାରତୀୟଙ୍କୁ ଉଦ୍ଧାର ଲାଗି ସରକାର ବିଭିନ୍ନ ସ୍ତରରେ ବିଚାରବିମର୍ଶ ଚଳାଇଥିବା ଜୟଶଙ୍କର କହିଛନ୍ତି। ଭାରତୀୟଙ୍କୁ ଉଦ୍ଧାର ଲାଗି ବାୟୁସେନାର ଦୁଇଟି ସି-୧୩୦ଜେ ଯୁଦ୍ଧବିମାନ ଓ ନୌସେନାର ଜାହାଜ ଆଇଏନଏସ୍‌ ସୁମେଧାକୁ ସାଉଦିଆରବ ପଠାଯାଇଛି। ଯୁଦ୍ଧବିମାନ ଦୁଇଟି ଜେଦ୍ଦା ଆନ୍ତର୍ଜାତିକ ବିମାନବନ୍ଦରରେ ରହିଥିବାବେଳେ ଆଇଏନଏସ୍ ସୁମେଧା ଏବେ ସୁଦାନ ବନ୍ଦରରେ ରହିଛି। ସୁଦାନରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ଏପ୍ରିଲ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଭାରତୀୟଙ୍କୁ ଉଦ୍ଧାର ଲାଗି ଭାରତ ସରକାର ଜାତିସଂଘ, ସାଉଦିଆରବ, ୟୁଏଇ, ଇଜିପ୍ଟ ଓ ଆମେରିକା ସହିତ ଯୋଗାଯୋଗ ଚଳାଇଛି। ଇତି ମଧ୍ୟରେ ଶନିବାର ସାଉଦି ଆରବ ସରକାର ୩ଜଣ ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରିଥିଲେ। ସେହିପରି ସୋମବାର ଫ୍ରାନ୍ସ ବାୟୁସେନା ୫ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି। ଆମେରିକା ଏହାର ଦୂତାବାସକୁ ସୁଦାନରେ ସାମୟିକ ଭାବେ ବନ୍ଦ କରିଦେବା ସହିତ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଉଦ୍ଧାର କରିଆଣିଛି। ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ କ୍ଷମତା ଲଢେଇ ଲାଗି ରହିଛି। ସୁଦାନ ଆର୍ମଡ ଫୋର୍ସେସ୍‌ ଓ ରାପିଡ ସପର୍ଟୋ ଫୋର୍ସେସ୍ ମଧ୍ୟରେ ଏବେ ସଂଘର୍ଷ ଚାଲିଛି। ସେନାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଦେଶରେ ୪୦୦ ଲୋକ ପ୍ରାଣ ହରାଇଲେଣି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories