www.samajalive.in
Sunday, December 14, 2025
26.1 C
Bhubaneswar

ଆକ୍ରମଣକାରୀଙ୍କୁ ଗିରଫ ଓ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଦାବିପତ୍ର ପ୍ରଦାନ 

ଲଡୁଗାଁ : ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍ ରାଲି ସମୟରେ ନିର୍ଦ୍ଧିଷ୍ଟ ଏକ ସମ୍ପ୍ରଦାୟ ଦ୍ଵାରା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଓ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ପ୍ରଶାସନିକ ସ୍ଥାଣୁତା ଓ ନିଷ୍ଫଳତାକୁ ଦର୍ଶାଉଛି। ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ପ୍ରସଙ୍ଗ ନୁହଁ । ଏହା ଦେଶଦ୍ରୋହ କାର୍ଯ୍ୟକଳାପ ପରିଧି ମଧ୍ୟରେ ଆସୁଛି । ଏହି ଅମାନୁଷିକ ଓ କ୍ରୁରତାପୂର୍ଣ୍ଣ ଆକ୍ରମଣ  ଘଟଣାର ପ୍ରତିବାଦ କରି ସୋମବାର କୋକସରା ବ୍ଲକ ସଦର ମହକୁମା ଠାରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ  ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଥିଲା।  ବିଶ୍ବହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଜରଙ୍ଗ ଦଳ, ଦେବସେନା, ଭାରତୀୟ ଜନତା ପାର୍ଟି ତଥା ଅନ୍ୟାନ୍ୟ ହିନ୍ଦୁ ସଂଗଠନ କର୍ମକର୍ତ୍ତା ସହର ପରିକ୍ରମା କରି ହିନ୍ଦୁ ସୁରକ୍ଷା ସ୍ଳୋଗାନ ଦେଇ ବିଡ଼ିଓ ଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ। ସମଗ୍ର ହିନ୍ଦୁ ସଂଗଠନ ଦ୍ୱାରା ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ଉତ୍ତମ ବାଗଙ୍କୁ ପ୍ରଦାନ କରି ହିନ୍ଦୁ ସଙ୍ଗଠନ ପକ୍ଷରୁ  ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ସୁଭାଷ ଅଗ୍ରୱାଲ, ସମ୍ପାଦକ କିଶନ ପଟ୍ଟନାୟକ, ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା କର୍ମକର୍ତ୍ତା ପ୍ରିୟବ୍ରତ ପଣ୍ଡା, ଗୋଦାବରୀଶ ପାତ୍ର, ଭାଜପା ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଭାଜପା ମଣ୍ଡଳ ପ୍ରଭାରୀ କୋକସରା ଦୁର୍ଗା ପ୍ରସାଦ ପ୍ରଧାନୀ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସହ ସମ୍ପାଦକ ଗଣେଶ ନନ୍ଦ, ନୀଳକଣ୍ଠ ମାଝୀ,ଗୋପିଚନ୍ଦ ନାଏକ, ଆମପାଣି ମଣ୍ଡଳ ସଭାପତି  ଅର୍ଜୁନ ଭାଟି, ସୁଶିଳ ପାଢ଼ୀ, ଜୟ ଭଗବାନ ଅଗ୍ରୱାଲ, ମନୋଜ ଲକ୍ଷ୍ମୀ କାନ୍ତ ପଟ୍ଟନାୟକ,କିସନଦତ୍ତ ଶର୍ମା, ଗୋପଲ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ,ସୁରେଶ ଚନ୍ଦ୍ର ଚୌଧୁରୀ,ଗଣେଶ ରାମ ଅଗସ୍ତି, ଉତ୍ତମ କୁମାର ପଣ୍ଡା, ଦୁଷ୍ମନ୍ତ ପାଟଯୋଶୀ, ବିବେକ ତାୟଲ ଓ ଶତାଧିକ ହିନ୍ଦୁ ସଙ୍ଗଠନ ର ସଦସ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ  ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର  କରାଯିବା ନେଇ  ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories