www.samajalive.in
Sunday, December 14, 2025
14.1 C
Bhubaneswar

ଚୌଦ୍ୱାରରେ ଅକ୍ଷିମୁଠି ଅନୁକୁଳ ଉତ୍ସବ

ଚୌଦ୍ୱାର: ଓଡ଼ିଶାର କୃଷିପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚୌଦ୍ୱାରରେ ବିଭିନ୍ନ ସ୍ଥାନରେ ଅକ୍ଷିମୁଠି ଅନୁକୁଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ନଖରା ପଞ୍ଚାୟତର ପଣ୍ଡୁଆ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଡ.ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ କ୍ଷେତରେ ଅକ୍ଷିମୁଠି ଅନୁକୁଳ କରିବା ସହିତ ଜମିରେ ହଳ ଚଳାଇଥିଲେ। ପୁର୍ବତନ ବ୍ଲକ ଉପାଧ୍ୟକ୍ଷା ସୁପ୍ରୀୟା ଜେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ କୁଳମଣି ବାରିକ୍‌‌, ଆତ୍ମାର ଅଧ୍ୟକ୍ଷ ରାଜେଶ ରଞ୍ଜନ ଷଡଙ୍ଗୀ, ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଧୀରେନ୍ଦ୍ର କୁମାର ଜେଠୀ, ଆଲୋକ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଗ୍ରାମର କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁରୁପ ଭାବେ ବ୍ଲକର ଶଙ୍କରପୁର ଗ୍ରାମରେ କଟକ ଜିଲ୍ଲା ବିଜେଡି ସଂପାଦକ ସେକ୍‌‌ ସାହାଜାନଙ୍କ ପରିଚାଳନାରେ ଅକ୍ଷିମୁଠି ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱଜିତ ପ୍ରଧାନ,ବିଶ୍ୱଜିତ ମାଝୀ,ସରୋଜିନୀ ଖଟୁଆ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories