www.samajalive.in
Monday, December 8, 2025
14.1 C
Bhubaneswar

ଶାହାରୁଖ୍‍ଙ୍କୁ ଭେଟି ପାରିଲେନି ପ୍ରଶଂସକ : ନିଜକୁ କଲେ କ୍ଷତାକ୍ତ

ମୁମ୍ବଇ : ବଲିଉଡ଼୍‍ ତାରକା ଶାହାରୁଖ୍‍ ଖାନ୍‍ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଶନିବାର ତାଙ୍କ ଜନ୍ମଦିନ ତଥା ଦୀପାବଳି ପାର୍ଟିର ଏକ ବିରାଟ ଆୟୋଜନ କରିଥିଲେ। ଏହି ସମୟରେ କିଛି ଏମିତି ଘଟିଥିଲା ଯାହାଦ୍ୱାରା ପାର୍ଟିରେ ଉପସ୍ଥିତ ସମସ୍ତ ଲୋକଙ୍କ ମଜା ଫିକା ହୋଇଯାଇଥିଲା। ଘଟଣାଟି ଏପରି ଥିଲା, କଲ୍‍କାତାରୁ ଆସିଥିବା ମହମ୍ମଦ ସଲିମ୍‍ ନାମକ ଶାହାରୁଖ୍‍ଙ୍କ ଜଣେ ପ୍ରଶଂସକ ବ୍ଲେଡ଼୍‍ରେ ନିଜକୁ କ୍ଷତାକ୍ତ କରିଥିଲେ। ତତ୍‍କ୍ଷଣାତ୍‍ ସେଠାରେ ଉପସ୍ଥିତ ଥିବା ପୁଲିସ ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଭାଭା ଡାକ୍ତରଖାନାକୁ ନେଇଥିଲେ।

ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣଙ୍କ ଶାହାରୁଖ୍‍ଙ୍କ ଜଣେ ବଡ଼ ପ୍ରଶଂସକ। ଶାହାରୁଖ୍‍ଙ୍କୁ ଭେଟିବା ପାଇଁ ସେ କଲ୍‍କାତାରୁ ଆସିଥିଲେ ହେଲେ ତାଙ୍କୁ ଭେଟି ନପାରିବାରୁ ସେ ଖୁବ୍‍ ଦୁଃଖିତ ଥିଲେ ଓ ରାଗରେ ବ୍ଲେଡ଼ରେ ନିଜକୁ ଆହତ କରିଥିଲେ।

- Advertisement -

ତେବେ ଶାହାରୁଖ୍‍ଙ୍କ ଏହି ପାର୍ଟିରେ ଆହୁରି କିଛି ଗଣ୍ଡଗୋଳ ଦେଖାଦେଇଥିଲା। ଏଥିସହିତ ଅଧିକ ରାତି ଯାଏ ପାର୍ଟି ଜାରି ରଖିବାକୁ ନେଇ ପୁଲିସ ମଧ୍ୟ ଅବରୋଧ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories