www.samajalive.in
Saturday, December 13, 2025
26.1 C
Bhubaneswar

ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆମରଣ ଅନଶନ

ରେଙ୍ଗାଲିକ୍ୟାମ୍ପ : ଜମି ପଟ୍ଟା ଓ ଆବାସ ଗୃହ ଦାବି ନେଇ ଚାଲିଥିବା ମହିଳାଙ୍କ ଆମରଣ ଅନଶନର ଦ୍ଵିତୀୟ ଦିବସରେ ବରଗଡ଼ ଉପଜିଲ୍ଲାପାଳ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ମନାପଡ଼ା ଓ ଝୁପୁଡ଼ି ପଡ଼ାରେ ରହୁଥିବା ୬୫ ପରିବାର ମଧ୍ୟରୁ ୩୪ ଟି ପରିବାରଙ୍କୁ ସେମାନେ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରାଯାଇପାରିବ। କିନ୍ତୁ ଅନ୍ୟ ୩୧ ଟି ପରିବାର ରହୁଥିବା ସ୍ଥାନର ଜମି ପଟ୍ଟା କେନାଲ ବିଭାଗ ନାମରେ ରହିଛି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନରେ ଜାଗା ପ୍ରଦାନ କରାଯିବା ପାଇଁ ଆର୍ ଆଇ ଉକ୍ତ ସ୍ଥାନର ସ୍ଥିତି ଅନୁଧ୍ୟାନ କରିବେ । ତାଙ୍କ ରିପୋର୍ଟ ଅନୁଯାୟୀ ଯଦି ସ୍ଥାନଟି ବସତି ଅନୁକୂଳ ହୁଏ ତେବେ ସେହି ସ୍ଥାନର ଜମି ପଟା ପ୍ରଦାନ କରାଯିବ । ନତୁବା କେନାଲ ବିଭାଗର ନାମରେ ଥିବା ଜମି ପଟାକୁ ଦଖଲକୁ ଆଣିବା ପରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଲଲାଟ ଲୁହା ଲିଖିତ ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆମରଣ ଅନଶନରୁ ଓହରି ଥିଲେ। ଏହି ଆଲୋଚନାରେ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories