ଆମେରିକାର ଗ୍ୟାସ ଷ୍ଟେସନ୍ରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା
ନ୍ୟୁୟର୍କ- ଆମେରିକାର ଓହିୟୋ ସହରରେ ଏକ ଗ୍ୟାସ ଷ୍ଟେସନ୍ରେ ସାମୟିକ ଭାବେ କାମ କରୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଛାତ୍ର ଜଣଙ୍କ ସେଠାରେ ମାଷ୍ଟର୍ସ୍ର ଛାତ୍ର ଥିଲେ . ଆଉ ୧୦ ୦ଦିନ ପରେ ,ତାଙ୍କର ପାଠପଢା ଶେଷ ହୋଇ ଥାଆନ୍ତା। ହେଲେ ଗୁରୁବାରରେ ଅଜ୍ଞାତ ବନ୍ଧୁକ ଧାରୀ ତାଙ୍କୁ ଗୁଳି କରି ହତ୍ୟା କରିଛି ।
ସେଠାକାର ସମୟ ରାତି ୧୨ଟା ୩୦ରେ ଗ୍ୟାସ ଷ୍ଟେସନ୍ରେ ଗୁଳି କାଣ୍ଡର ସୂଚନା ମିଳିଥିଲା । ପୁଲିସ ସେଠାରେ ପହଞ୍ଚିବା ବେଳେ ଭାରତୀୟ ଛାତ୍ର ସେୟସ୍ ଭୀରାଙ୍କୁ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିଲା, ତାଙ୍କର ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣା ପଡିଛି । ସିସି ଟିଭି ଫୁଟେଜ୍ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି । ଲୁଟ୍ ପାଇଁ ଏହି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।
Comments are closed.