www.samajalive.in
Monday, December 8, 2025
24.1 C
Bhubaneswar

ଅକ୍ଷୟ ତୃତୀୟା : କିଣି ଆଣନ୍ତୁ ଏହି ଜିନିଷ,ଚମକିବ ଭାଗ୍ୟ..

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବାର ମାନ୍ୟତା ରହିଛି। ଏହା ବ୍ୟତୀତ ଅକ୍ଷୟ ତୃତୀୟାରେ ସୁନା କିଣିବାର ମଧ୍ୟ ପରମ୍ପରା ରହିଛି। ଏହାସହ ଅନ୍ୟ ଧାତୁ ଓ ଆଭୂଷଣ କିଣିବାର ମଧ୍ୟ ମାନ୍ୟତା ରହିଛି। ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ ଧାତୁ କିଣିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ..

ମେଷ ଓ ସିଂହ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ସୁନା ଓ ତମ୍ବା ଜିନିଷ କିଣି ପାରିବେ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

- Advertisement -

ବୃଷ ଓ କର୍କଟ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ସୁନା ଓ ଚାନ୍ଦିରେ ତିଆରି ଆଭୂଷଣ କିଣି ପାରିବେ। ଏହାଦ୍ୱାରା ଖୁବ ଉନ୍ନତି ହୋଇଥାଏ।

ମିଥୁନ ଓ କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ କଂସା ଧାତୁରେ ତିଆରି ଆଭୂଷଣ କିଣିପାରିବେ। ଢାଳ, ଥାଳି ଆଦି କିଣିବା ଦ୍ୱାରା ବ୍ୟବସାୟରେ ଲାଭ ଓ ଉନ୍ନତି ସହ କର୍ମକ୍ଷେତ୍ରରେ ପଦୋନ୍ନତି ହୋଇଥାଏ।

ବିଛା ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ତମ୍ବାରେ ତିଆରି ଜିନିଷ କିଣନ୍ତୁ। ଏହା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ଧନୁ ଓ ମୀନ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ପିତ୍ତଳ ଓ ସୁନା କିଣି ପାରିବେ। ଏହାଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟାରେ ଷ୍ଟିଲ୍‌‌ର ବାସନ କିମ୍ବା ଲୁହାରେ ପ୍ରସ୍ତୁତ ଜିନିଷ କିଣିବା ଦ୍ୱାରା ଭଗବାନ ଶନିଙ୍କ ବିଶେଷ କୃପା ଓ ଆଶୀର୍ବାଦ ମିଳିଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories