www.samajalive.in
Sunday, December 14, 2025
26.1 C
Bhubaneswar

ଧବଳେଶ୍ୱର ପୂଜକଙ୍କ ପରଲୋକ

ଗୁରୁଡିଝାଟିଆ : ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ବରିଷ୍ଠ ପୂକକ ବ୍ରଜକିଶୋର ପତ୍ରୀ(ଚଗଲାନନା)ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପତ୍ରୀ ଧବଳେଶ୍ୱର ପୀଠର ଉନ୍ନତି,ପ୍ରଭୁଙ୍କ ନୀତିକାନ୍ତିକୁ ସଠିକ ଢଙ୍ଗରେ ସୁପରିଚାଳନା କରିବା ସାଙ୍ଗକୁ ଧବଳେଶ୍ୱର ପୂଜକ ସମିତିର ବୟସ୍କ ମୁରବୀ ଭାବେ ସମସ୍ତ କାର୍ଯ୍ୟକୁ ସମ୍ମିଳିତ ଭାବରେ ସଂପାଦନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ୱର୍ଗତ ପତ୍ରୀଙ୍କ ବିୟୋଗରେ ପୂଜକ ସମିତିର ସଭାପତି ବିଷ୍ଣୁଚରଣ ପତ୍ରୀ, ନରେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ପତ୍ରୀ, ଭୂବନାନନ୍ଦ ପଣ୍ଡା, ଭରତ ଚନ୍ଦ୍ର ପତ୍ରୀ, ପ୍ରଫୁଲ ଚନ୍ଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ମଶାନ ପର୍ଯ୍ୟନ୍ତ ପାର୍ଥୀବ ଶରୀର ସହିତ ଯାଇଥିଲେ। ଗତ କିଛିଦିନ ଧରି ଅସୁସ୍ଥ ଥିବା ବେଳେ ସ୍ୱର୍ଗତ ପତ୍ରୀଙ୍କ ୭୮ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁଶର୍ଯ୍ୟା ନିକଟରେ ଝିଅ ଅଧ୍ୟାପିକା ଅନୀତା ପତ୍ରୀ, ଜ୍ୱାଇଁ ବିଚିତ୍ରାନନ୍ଦ ପତ୍ରୀ, ସାନପୁଅ ଅଜୟ କୁମାର ପତ୍ରୀ(ପିଣ୍ଟୁ) ସହିତ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିବା ବେଳେ ବଡପୁଅ ସଞ୍ଜୟ କୁମାର ପତ୍ରୀ ମୁଖାଗ୍ନି ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories