www.samajalive.in
Thursday, December 11, 2025
15.1 C
Bhubaneswar

ଶୁକ୍ରବାର ରାଶିଫଳ (୨୧.୦୪.୨୦୨୩)

ମେଷ :  ଲୋକପୂଜ୍ୟ ହେବା ଆଶା କରାଯାଏ। ଲୋଭାସକ୍ତ ହେବାର ସୂଚନା ମିଳୁଛି। ପରୋପକାରୀ ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନଶାଳୀ ହେବାର ସୁଯୋଗ ସୃଷ୍ଟି ହୋଇଛି। କୃପଣ ହୋଇପାରନ୍ତି।

ବୃଷ : ଦେବ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ପରୋପକାରରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ। ଭାଷା ଓ ବ୍ୟବହାର ପଡ଼ୋଶୀଙ୍କ ପାଇଁ ସୁଖବୋଧ ହେବ। ଧାତୁ ଦ୍ରବ୍ୟରେ ଧନ ବ୍ୟୟ ହେବ।

ମିଥୁନ : ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ପତିପତ୍ନୀଙ୍କ ସାଂସାରିକ ଜୀବନ ସ୍ନେହ, ପ୍ରେମ ଓ ପ୍ରୀତିପୂର୍ଣ୍ଣ ହେବ। ନବବସ୍ତ୍ର ସହ ଧନ ପ୍ରାପ୍ତିର ସୂଚନା ମିଳୁଛି। ପୁଷ୍ପ ଭରଣ ଯୋଗ ଅଛି। ଭୋଜନ ରୁଚିପୂର୍ଣ୍ଣ ହେବ।

କର୍କଟ : ଚାରା ରୋପଣାଦି କର୍ଯ୍ୟରେ ମନୋନିବେଶ କରିବେ। ଘାଟ ପରିଚାଳନା ଭଳି ଦାୟିତ୍ବପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିବେ। ଜନସାଧାରଣ ପାନୀୟ ଜଳଯୋଗାଣ​ରେ‌ ନିଜକୁ ସାମିଲ କରିବେ।

ସିଂହ : ସ୍ବଧର୍ମ କ୍ରିୟା ସମ୍ପାଦନ କରିବା ସହ ପରଧର୍ମ ପ୍ରତି ସମ୍ମାନ ବୋଧ ରହିବ। ତୀର୍ଥ ସେବାରେ ଯୋଗ ଦେଇପାରନ୍ତି। ନ୍ୟସ୍ତ କ୍ଷମତାର ସୁବିନିଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ। କୃତିତ୍ବ ଲାଭ କରିବେ।

କନ୍ୟା : ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ। ଅଯଥା ପାରିବାରିକ ଅଶାନ୍ତି ସୃଷ୍ଟିର ସମ୍ଭାବନା ଅଛି। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ଧୈର୍ଯ୍ୟ ସଞ୍ଚୟ କରି ବିପଦର ସମ୍ମୁଖୀନ ହେବେ।

ତୁଳା : ଗୁଣବତୀ ପତ୍ନୀଙ୍କ ଉପରେ ସଂସାରର ଦାୟିତ୍ବ ନ୍ୟସ୍ତ କରିପାରନ୍ତି। ପତ୍ନୀ ବିବିଧ ଗୁଣଯୁକ୍ତ ହୋଇପାରନ୍ତି। ଧର୍ମୀୟ ଭାବନା ସଂଯୁକ୍ତ ହେବେ। ବହୁୁପୁତ୍ର ଓ ବିନୀତ ସ୍ବଭାବସମ୍ପନ୍ନା ହେବେ। ପରୋପକାରୀ ହେବେ।

ବିଛା : ଶତ୍ରୁତାର ବିନାଶ ଘଟାଇ ପାରନ୍ତି। ସ୍ବକର୍ମରେ ନିଜକୁ ନିୟୋଜିତ କରି ଅନ୍ୟ ସହଯୋଗୀମାନଙ୍କ ନିକଟରେ ଆଦର୍ଶବାଦୀ ହେବେ। ସତର୍କତା ଅବଲମ୍ବନ କଲେ ଚୋର ଭୟ ଦୂର ହେବ। ଋଣ ଗ୍ରହଣ କରିବେ।

ଧନୁ : ସତ୍‌ଚରିତ୍ରଯୁକ୍ତ ପୁତ୍ର ଦ୍ବାରା ଅସାଧ୍ୟ ସାଧନ କରାଇପାରନ୍ତି। ପୁତ୍ର ଶାରୀରିକ ଶକ୍ତିସମ୍ପନ୍ନ ଓ ଶତ୍ରୁଦମନକାରୀ ହୋଇପାରେ। ସେବା କାର୍ଯ୍ୟକୁ ଅଗ୍ରାଧିକାର ଦେଇପାରନ୍ତି। ସ୍ବକର୍ମ ବଳରେ ବଳୀୟାନ ହେବେ।

ମକର : ଜଳାଶୟ ନିର୍ମାଣରେ ଜଣେ ଅଭିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିପାରନ୍ତି। ପିତୃମାତୃଙ୍କ ସେବାରେ ନିଜକୁ ନିୟୋଜିତ କରିବେ। ନିର୍ଭୟରେ ଓ ନିର୍ବିବାଦରେ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଅର୍ଥ ମିଳିବ।

କୁମ୍ଭ : ନୀତିନିଷ୍ଠ ବ୍ୟକ୍ତିଭାବେ ଅନ୍ୟାୟ, ଅନୀତି ଓ ଦୁର୍ନୀତିକୁ ଘୃଣା କରୁଥିଲେ ବି ଶେଷରେ କ୍ଷମାଶୀଳ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ। ସତ୍‌ପରାୟଣ ହେବେ। ପଣ୍ଡିତଙ୍କ ସହ ମିତ୍ରତା ହେବ।

ମୀନ : ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ଏପରିକି ଉପବାସରୁ ବଞ୍ଚିତ ଧନକୁ ସଞ୍ଚୟ କରି ଆର୍ଥିକ ସ୍ଥିତିର ଅଭିବୃଦ୍ଧି କରାଇ ପାରନ୍ତି। ବିଦ୍ୟା ପ୍ରଭାବରେ ଧନ ଅର୍ଜନ କରିବାରେ ପାରଙ୍ଗମ ହେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories