www.samajalive.in
Sunday, December 14, 2025
26.1 C
Bhubaneswar

୮୯୭୦ଲିଟର ପୋଚ ନଷ୍ଟ, ୮୪୦ ଲିଟର ମଦ ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ସରସ୍ୱତୀପୁର, ଖଣ୍ଡୁଆଳି ଓ ଡାଳୁଆ ଅଞ୍ଚଳ ଜିଲ୍ଲାରେ ଚୋରା ଦେଶୀମଦ ରନ୍ଧନର ଅପଖ୍ୟାତି ମୁଣ୍ଡାଇଛି । ବର୍ଷତମାମ ଅବକାରୀ ବିଭାଗ ଚଢାଉ କରିଛି ତ ପୁଣି କେତେବେଳେ ମିଳିତ ଭାବରେ ପୁଲିସ ଓ ଅବକାରୀ ବିଭାଗ ଚଢାଉକୁ ଜୋରଦାର କରୁଥିବାର ଡିଙ୍ଗୁରା ବାଡାନ୍ତି । ହେଲେ କାହିଁ କେବେ ତ ଚୋରା ମଦ ରନ୍ଧନ କେନ୍ଦ୍ରକୁ ବନ୍ଦ କରାଯାଇ ପାରୁନାହିଁ। ଅତିବେଶୀ ହେଲେ ଜଣେ ଅଧେ କାହାକୁ ଗିରଫ ଆଉ ପୋଚ ଓ ଦେଶୀମଦ ଜବତରେ ଚଢାଉ ସୀମିତ। ଏଣୁ  ବର୍ଷବର୍ଷ ଧରି ଉପରୋକ୍ତ ୩ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲର ଝରଣାକୂଳରେ ଦେଶୀମଦର ରନ୍ଧନ କୁଟୀର ଶିଳ୍ପରେ ପରିଣତ ହୋଇଛି । ଏକଥା ଜିଲ୍ଲା ଅବକାରୀ ବିଭାଗ ଓ ବଡପଣ୍ଡାମାନେ ବେଶ ଭଲଭାବରେ ଜାଣିଛନ୍ତି । ଏହାର ମୁଳୋତ୍ପାଟନ ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟପନ୍ଥା ହାତକୁ ନନିଆଯିବା ପଛରେ କି ରହସ୍ୟ ରହିଛି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ପ୍ରଶ୍ନ କରିବାକୁ ପଛାଇ ନାହାନ୍ତି।

ଗୁରୁବାର ଅବକାରୀ ବିଭାଗ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସରସ୍ୱତୀପୁର ଓ ଖଣ୍ଡୁଆଳି ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରାଯାଇ ୮୪୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ବେଳେ ମଦରନ୍ଧାଯିବା ପାଇଁ ରଖାଯାଇଥିବା ୮୯୨୦ଲିଟର ପୋଚକୁ ନଷ୍ଟ କରାଯାଇଛି । ଏହି ଚଢଉରେ ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପନିରୀକ୍ଷକ (ଭ୍ରାମ୍ୟମାଣ) ଅଜିତ୍ କୁମାର ପାତ୍ର, ସୌମ୍ୟରଞ୍ଜନ ପାତ୍ର ଓ ଉପନିରୀକ୍ଷକ ହୀରା ଦଳପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories