www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍ତର ଓଡିଶା ଯୁବ ବିଜେଡି ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ

କେନ୍ଦୁଝରଗଡ : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୭ତମ ବର୍ଷ ପୂର୍ତ୍ତି ଅବସରରେ ଉତ୍ତର ଓଡ଼ିଶା ବିଜୁ ଜନତା ଦଳ ବାଲେଶ୍ୱର ଜୋନ୍ ପକ୍ଷରୁୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତିରେ ଜୋନର ପ୍ରତିନିଧି ଓ ଦଳର ଜିଲ୍ଲା ପଦାଧିକାରୀ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଦଳର ବାଲେଶ୍ୱର ଜୋନ୍ ସଭାପତି ଜୟରାମ ଦାସଙ୍କ ନେତୃତ୍ୱରେ ଉପସଭାପତି ଭୁବନ ଭୂଶେଷ ସେଠୀ, ସାଧାରଣ ସମ୍ପାଦକ ଦୀପକ ମଣ୍ଡଳ, ସୋମନାଥ ବେହେରା, ସମ୍ପାଦକ ରଞ୍ଜନ ସେଠୀ ଏବଂ ତ୍ରିିଲୋଚନ ମହାନ୍ତଙ୍କ ସମେତ କେନ୍ଦୁଝର ଜିଲା ବିଜେଡ଼ି ସଭାପତି ମାଧବ ସର୍ଦ୍ଦାର, ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ସ୍ଥାନୀୟ ନିହାଲସିଂହ ଛକସ୍ଥିତ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତତ୍କାଳୀନ ବେଠି ଓ ଭିକ୍ଷାବୃତ୍ତି ଭଳି ସମସ୍ୟା ବିରୋଧରେ ଲଢେଇ କରି ସାମାଜିକ ପରିବର୍ତ୍ତନର ଦିଶା ଦେଖାଇଥିବା ବିପ୍ଳବୀ ଧରଣୀଧରଙ୍କ ଜନ୍ମସ୍ଥାନ କୁସୁମିତାକୁ ଯୁବ ଜନତା ଦଳର ପ୍ରତିନିଧି ଯାତ୍ରା କରିଥିଲେ। କୁସୁମିତାରେ ଥିବା ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ପୂର୍ବକ ଏକ ସୁସ୍ଥ ନ୍ୟାୟଯୁକ୍ତ ସମାଜ ଗଠନ ଆମ ସମସ୍ତଙ୍କର ଧ୍ୟେୟ ହେଉ ବୋଲି ମତ ପୋଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଗଣେଶ ଚନ୍ଦ୍ର ମୁଣ୍ଡା, ସମିତି ସଭ୍ୟା ସଞ୍ଜିତା ନାଏକ, ନିର୍ମଳ ଦେଓ, ମାନସ ମହାକୁଡ଼, ନିତ୍ୟା ଦେହୁରୀ, ସଞ୍ଜୟ ମହାକୁଡ଼, ବେଣୁଧର ଦେହୁରୀ, ବ୍ରହ୍ମାନନ୍ଦ ବେହେରା, ଜିଲାପରିଷଦ ସଦସ୍ୟ ରଥ ମୁଣ୍ଡାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଶୁଭ ଅବସରରେ ସ୍ଥାନୀୟ ଆବାସିକ ବାଳିକା ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories