www.samajalive.in
Saturday, December 13, 2025
26.1 C
Bhubaneswar

ଚୋରି ମୂର୍ତ୍ତି ଉଦ୍ଧାର, ବାଇକ ସହ ଭୂଜାଲି ଜବତ

ବୌଦ୍ଧ: ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ହାଟଗାଁର ପ୍ରସିଦ୍ଧ ଆଦିଶକ୍ତି ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି ଓ ଅନ୍ୟ ସମାଗ୍ରୀ ସବୁ ପୁଲିସ ଉଦ୍ଧାର କରିଛି। ଏହା ସହ ଚୋରଙ୍କ ଦ୍ୱାରା ବ୍ୟବହୃତ ଏକ ବାଇକ ଓ ଏକ ଭୂଜାଲି ମଧ୍ୟ ପୁଲିସ ଜବତ କରିଛି। ସୂଚନା ପ୍ରକାରେ ମଂଗଳବାର ଦିନ ମନ୍ଦିରରୁ ଦେବୀଙ୍କ ପିତଳ ପ୍ରତିମା ସହ ଅନ୍ୟନ୍ୟା ପିତଳ ପ୍ରତିମା, ସୂନା ଆଭୁଷଣ, ରୂପା ମକୁଟ, ରୂପାର କେତେକ ଛତ୍ର ସହିତ ଦାନବାକ୍ସ ଆଦି ଚୋରି ହୋଇଥିଲା। ଆଜି ଏନେଇ ତଦନ୍ତ କରୁଥିବା ସମୟରେ ବାମଣ୍ଡା ଗ୍ରାମ ନିକଟରେ ପୋଲିସ ଦୁଇଟି ବାଇକରେ ଥିବା କେତେ ଜଣ ଯୁବକଙ୍କୁ ସନ୍ଦେହରେ ଅଟକାଇଥିଲେ। ପୁଲିସକୁ ଦେଖି ଯୁବକମାନେ ପଳାଇ ଯାଇଥିଲେ। ଯୁବକମାନେ ଛାଡିଥିବା ଏକ ବାଇକ ସହ ଗୋଟିଏ ବସ୍ତାରେ ଥିବା ୮ଟି ପିତଳ ପ୍ରତିମା, ଗୋଟିଏ ରୂପା ଛତ୍ର ସହ ଅନ୍ୟ କେତେକ ସାମଗ୍ରୀ ପୁଲିସ ଉଦ୍ଧାର କରିଛି। ଘଟଣାରେ ୫/୬ ଜଣ ଚୋର ସଂପୃକ୍ତ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଅନ୍ୟ ସବୁ ସାମଗ୍ରୀ ଉଦ୍ଧାର ସହ ଚୋରମାନଙ୍କୁ ଖୁବ ଶିଘ୍ର ଧରାଯିବ ବୋଲି ମାମଲାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories