www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ତିନିଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝରଗଡ : ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍‌.ଟି. କମିଶନର ସଞ୍ଜୟ କୁମାର ସିଂହ ମଙ୍ଗଳବାର ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବୁଧବାର ସକାଳେ କାନ୍‌ପୁର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସେଠାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ସ୍ପିଲ୍‌ ୱେଲ୍‌ର ନିର୍ମାଣ କାର୍ଯ୍ୟ ଓ ନଦୀବନ୍ଧର ପ୍ଲାଷ୍ଟିକ୍‌ କଂକ୍ରିଟ୍‌ କାମ ତଦାରଖ କରିବା ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏସବୁ କାର୍ଯ୍ୟ ଶେଷ କରିବା ପାଇଁ ପ୍ରକଳ୍ପର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ପାଶ୍ୱର୍ରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନିର୍ମାଣାଧିନ ପୋଲର ଅଗ୍ରଗତି ତଦାରଖ କରିବା ସହିତ ଆସନ୍ତା ମେ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ କାନ୍‌ପୁର ଜଳସେଚନ ପ୍ରକଳ୍ପ ଜନିତ ବିସ୍ଥାପନ, ପୁନର୍ବାସ ଓ ଥଇଥାନ ପ୍ରସଙ୍ଗ ସମ୍ପର୍କରେ ସମୀକ୍ଷା କରିଥିଲେ ।

ଏହାପରେ ବଡବିଲସ୍ଥିତ ବାଣିଜ୍ୟକର ଏବଂ ଦ୍ରବ୍ୟ ସେବା କର ମଣ୍ଡଳ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ବାଣିଜ୍ୟକର ଏବଂ ଦ୍ରବ୍ୟ ସେବା କର ମଣ୍ଡଳର କାର୍ଯ୍ୟାବଳୀ ସମୀକ୍ଷା କରିବା ସହିତ କର ଆଦାୟ ଓ ରିଟର୍ଣ୍ଣ ଫାଇଲିଙ୍ଗ୍‌ ସମ୍ପର୍କରେ ସମୀକ୍ଷା କରି ଯେଉଁମାନେ ରିଟର୍ଣ୍ଣ ଫାଇଲ୍‌ କରୁନାହାଁନ୍ତି ସେମାନଙ୍କ ପାଇଁ କ’ଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ରାଜସ୍ୱ ବଢାଇବା ନିମନ୍ତେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବାକି ରହିଯାଇଥିବା ବାଣିଜ୍ୟିକ ଅନୁଷ୍ଠାନ ଗୁଡିକୁ ଟିକସଦାତା ଭାବେ ପଞ୍ଜିକୃତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଅଡିଟ୍‌ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବାଣିଜ୍ୟକର ଏବଂ ଦ୍ରବ୍ୟ ସେବା କର ଆଦାୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories