www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ରକ୍‍ ମାଡି ଯିବାରୁ ଜଣେ ମୃତ

ପିପିଲି:ପିପିଲି-ଜଟଣୀ ରାସ୍ତାର ହସନପୁର ନିକଟ ଅକ୍ଟ୍ରାଇ ଛକ ଠାରେ ଏକ ଟ୍ରକ୍‍ ମାଡିଯିବାରୁ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍‍କୁ ପୁଲିସ ଜବତ କରିବା ସହ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ମୃତକଙ୍କ ଘର ଭାରତୀପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି ।

ଜଟଣୀରୁ ପିପିଲି ଅଭିମୁଖେ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍‍ ବୁଧବାର ରାତି ସାଢେ ୮ଟା ସମୟରେ ଅକ୍ଟ୍ରାଇ ଛକ ଠାରେ ରାସ୍ତା କଡରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଗୁରୁତର ଟ୍ରାଫିକ୍‍ ସମସ୍ୟା ଉପୁଜିଥିଲା । ପିପିଲି ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ପିପିଲି ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories