www.samajalive.in
Friday, December 12, 2025
19.1 C
Bhubaneswar

ମା’ର ସେବା ପାଇଁ ଝିଅ ପାଠ ପଢାରେ ଡୋରି

ମୋହନା: ମନରେ ପାଠ ପଢିବା ପାଇଁ ପ୍ରବଳ ଆଗ୍ରହ। ପାଠ ପଢି ଭଲ ମଣିଷଟିଏ ହେବା ସହ ଖଣ୍ଡେ ଚାକିରୀ କରି ପରିବାର ପ୍ରତିପୋଷଣ ପାଇଁ ଦୃଢ଼ ଇଚ୍ଛା ଥିଲା କିନ୍ତୁ ବିଧିର ବିଧାନ ଥିଲା ଅଲଗା। ହଠାତ ମା’ ଅଜଣା ରୋଗରେ ପୀଡିତ ହେଲେ ଓ ତାଙ୍କୁ ସେବା କରିବା ପାଇଁ ପାଠ ପଢାରେ ଡୋରି ପଡିଲା। ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ କନ୍ଧ କଳାମେରୀ ଗ୍ରାମର ମିନାକ୍ଷୀ ନାୟକ ବୟସ ୨୨। ସବୁ ପିଲାଙ୍କ ପରି ମିନାକ୍ଷୀ ମଧ୍ୟ ସ୍ବପ୍ନ ଦେଖିଥିଲା ପାଠ ପଢି ବଡ଼ ମଣିଷ ହେବ ଏବଂ ଚାକିରୀ ଖଣ୍ଡେ କରି ଗରିବୀରୁ ଉଦ୍ଧାର ହେବ। ମା’ଙ୍କୁ ସୁଖ ଶାନ୍ତିିରେ ରଖିବ। ପରିବାର କହିଲେ ମା’ ସାବିନା ନାୟକ ଏବଂ ମିନାକ୍ଷୀ।

ପୂର୍ବରୁ କୁଲି ମଜୁରୀ କରି ମା’ ସାବିନା ଝିଅକୁ ପାଠ ପଢ଼ାଉଥିଲେ ଏବଂ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଥିଲେ କିନ୍ତୁ ଗତ ୬ ବର୍ଷ ତଳେ ୨୦୧୭ ମସିହାରେ ହଠାତ ସାବିନାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା। ମିନାକ୍ଷୀ ବହୁ କଷ୍ଟରେ ଧାର କରଜ କରି ବିଭିନ୍ନ ସ୍ଥାନରେ ମା’ଙ୍କୁ ଡାକ୍ତରୀ ଚିକିତ୍ସା କଲେ କିନ୍ତୁ ଡାକ୍ତର ମଧ୍ୟ ରୋଗ ଚିହ୍ନି ପାରିଲେ ନାହିଁ। ଧୀରେ ଧୀରେ ସାବିନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା। ବର୍ତ୍ତମାନ ସେ ଶଯ୍ୟାଶାୟୀ। ନିଜେ କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ। ତେଣୁ ତାଙ୍କ ସମସ୍ତ କାମ କରନ୍ତି ଝିଅ ମିନାକ୍ଷୀ। ମା’ଙ୍କୁ ସେବା କରିବାରେ ମିନାକ୍ଷୀ ଏମିତି ବାନ୍ଧି ହୋଇଗଲେ ଯେ ଶେଷରେ ତାଙ୍କୁ ପାଠ ପଢ଼ା ଛାଡିବା ପାଇଁ ପଡିଲା। ଦଶମ ପରେ ତାଙ୍କ ପାଠ ପଢ଼ାରେ ପଡିଗଲା ଡୋରି। ବର୍ତ୍ତମାନ ମିନାକ୍ଷୀ ମା’ ଙ୍କ ସେବା କରିବା ସହ ସମୟ ମିଳିଲେ ମଜୁରୀ କରି ଦୁଇ ପଇସା ରୋଜଗାର କରନ୍ତି। କୁଲି କଲେ ହିଁ ତାଙ୍କ ଚୁଲି ଜଳିଥାଏ। ସରକାରଙ୍କ ତରଫରୁ ଖଣ୍ଡେ ଆବାସ ଗୃହ ମିଳିଛି କିନ୍ତୁ ତାହା ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ମା’ ଙ୍କୁ ୫୦୦ ଟଙ୍କା ଭତ୍ତା ରାଶି ମିଳୁଥିଲା କିନ୍ତୁ ତିନି ମାସ ହେଲା ତାହା ମଧ୍ୟ ବନ୍ଦ ହେଇଯାଇଛି। ମାସିକ ପଡିକାର୍ଡରେ ୫ କିଲୋ ଚାଉଳ ମିଳୁଛି। ଯାହା ସମୁଦ୍ରକୁ ଶଙ୍ଖେ। ତେଣୁ ଏହି ଅସହାୟ ମା ଓ ଝିଅଙ୍କୁ ଭରସା ସରକାରୀ ସହାୟତା। ସରକାର ସହାୟତା କଲେ ମିନାକ୍ଷୀ ପୁଣି ପାଠ ପଢିବେ ଏବଂ ମା’ଙ୍କର ଚିକିତ୍ସା ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଗ୍ରାମବାସୀ।

- Advertisement -

ଏନେଇ ମୋହନା ବିଡ଼ିଓ ତପସ୍ୱିନୀ ହାଁସଦାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ସାବିନାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ପଞ୍ଚାୟତ ତରଫରୁ ମିନାକ୍ଷୀଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯିବ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories