www.samajalive.in
Friday, December 12, 2025
15.1 C
Bhubaneswar

ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ

କଲକାତା : ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ତରଫରୁ ସୋମବାର ତୃଣମୂଳ କଂଗ୍ରେସ ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି । ସୂଚନାଥାଉ କି ଶିକ୍ଷକ ନିଯୁକ୍ତି ମାମଲାରେ ଅଭିଷେକଙ୍କୁ ପଚରାଉଚରା ପାଇଁ କଲକାତା ଉଚ୍ଚ ନ୍ୟାୟାଳୟ ତରଫରୁ ସିବିଆଇକୁ ଅନୁମତି ପ୍ରଦାନ କରାଯାଇଥିଲା । ଏହା ବିରୋଧରେ ଅଭିଷେକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। କଲକାତା ଉଚ୍ଚ ନ୍ୟାୟାଳୟର ନିର୍ଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିବାର କିଛିଘଣ୍ଟା ପରେ ସିବିଆଇ ତରଫରୁ ଅଭିଷେକଙ୍କୁ ସମନ ଜାରି କରାଯିବା ଅଧିକାଂଶଙ୍କୁ ଚକିତ କରିଛି। ଏହାକୁ ନେଇ ସିବିଆଇ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଅଭିଷେକ ନିଷ୍ପତ୍ତି ନେଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ଅଭିଷେକ ଦର୍ଶାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ସତ୍ତ୍ବେ ସିବିଆଇ ତାଙ୍କୁ କିପରି ସମନ କରିଛି ତାହା ବୁଝା ପଡୁ ନାହିଁ। ତାଙ୍କୁ ହଇରାଣ କରିବାକୁ କେନ୍ଦ୍ର ବିଜେପି ସରକାର ସିବିଆଇର ଦୁରୁପଯୋଗ କରିବା ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories