www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସରେ ସାମିଲ ହେ​‌ଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ଏକ ଶକ୍ତ ଧକ୍କା ଦେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଶେଟ୍ଟାର ଏପ୍ରିଲ ୧୬ରେ ବିଜେପିରୁ ଇସ୍ତଫା ଦେଇଥିଲେ। ବିଜେପିରୁ ଟିକେଟ ନ ମିଳିବାକୁ ନେଇ ଅସନ୍ତୁଷ୍ଟ ଥିବା ଶେଟ୍ଟାର ବେଙ୍ଗାଲୁରୁର ପାର୍ଟି କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ସମୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, କର୍ଣ୍ଣାଟକ ପିସିସି ସଭାପତି ଡି. କେ. ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୂର୍ୟ୍ୟେୱାଲା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଙ୍ଗପ୍ପା ସାୱାଡ଼ି ବିଜେପିରୁ ଇସ୍ତଫା ଦେଇ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories