www.samajalive.in
Monday, December 8, 2025
24.1 C
Bhubaneswar

ଆଇପିଏଲ କ୍ରିକେଟ : ବାଙ୍ଗାଲୋର ଓ ଚେନ୍ନଇ ମଧ୍ୟରେ ମୁକାବିଲା

ବାଙ୍ଗାଲୋର : ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଚଳିତ ଆଇପିଏଲର ୨୪ତମ ଲିଗ୍‌ ମ୍ୟାଚ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ। ଉଭୟ ଦଳ ୫ମ ମ୍ୟାଚ ଖେଳିବେ । ଚେନ୍ନଇ ସୁପରକିଙ୍ଗସ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଆହତ ସମସ୍ୟା ସିଏସ୍‌କେ ପାଇଁ ଚିନ୍ତାର ବିଷୟ ହୋଇଛି। ଅନ୍ୟପକ୍ଷରେ ଆରସିବି ବିରାଟ କୋହଲିଙ୍କ ଚମତ୍କାର ଫର୍ମକୁ ନେଇ ଉତ୍ସାହିତ ରହିଛି। କୋହଲି ୪ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ସହ ୨୧୪ରନ କରିଛନ୍ତି। ଅଧିନାୟକ ଫ୍ଲାଫ ଡୁପ୍ଳେସି ମଧ୍ୟ ୧୯୭ରନ କରିଛନ୍ତି। ଦୁଇ ଓପନର ବିପକ୍ଷ ଦଳ ପାଇଁ ମୁଖ୍ୟ ଚିନ୍ତାର ବିଷୟ ହେବେ।
ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଉପଯୋଗୀ ରନ କରୁଛନ୍ତି। ଦିଲ୍ଲୀ ବିପକ୍ଷରେ ମହିପାଲ ଲୋମରର ବଡ ସ୍କୋର କରିପାରିନଥିଲେ ମଧ୍ୟ ସହାୟତା କରିଥିଲେ। ଦିନେଶ କାର୍ତ୍ତିକ, ସାହାବାଜ୍‌ ଅହମ୍ମଦ ଓ ଅନୁଜ ରାୱତ ଏପର୍ଯ୍ୟନ୍ତ ଦକ୍ଷତା ପ୍ରଦର୍ଶନ କରିବାରେ ସଫଳ ହୋଇନାହାନ୍ତି। ବୋଲିଂରେ ମହମ୍ମଦ ସିରାଜ, ହର୍ଶଲ ପଟେଲ ମଧ୍ୟ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ହର୍ଶଲ ଓ ସିରାଜଙ୍କୁ ୱାର୍ଣ୍ଣ ପାର୍ନିଲ , ୱାହିନ୍ଦୁ ହାସରଙ୍ଗା ଡିସିଲ୍‌ଭା ମଧ୍ୟ ସାଥ୍‌ ଦେଉଛନ୍ତି। ଦିଲ୍ଲୀ ବିପକ୍ଷରେ ଆଇପିଏଲ ପଦାର୍ପଣ କରିଥିବା ବିଜୟ କୁମାର ବୈଶାଖ ମଧ୍ୟ ପ୍ରଭାବିତ କରିଛନ୍ତି।​‌ ​‌େ​ସ ୪ ଓଭର ବୋଲିଂ କରି ୨୦ରନରେ ୩ଟି ୱିକେଟ ହାସଲ କରିଥିଲେ। ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଦଳ ରହିଥିବା ଆରସିବି ବିଜୟ ଧାରାକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟ କୌଣସି ଗୁଣରେ କମ୍‌ ନାହିଁ। ଋତୁରାଜ ଗାଏକ୍ବାର୍ଡ ଚମତ୍କାର ଫର୍ମରେ ରହିବା ସହିତ ୪ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୯୭ରନ କରିଛନ୍ତି। ରାଜସ୍ଥାନ ବିପକ୍ଷରେ ଓପନର ଡିଭନ କନ୍‌ୱେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। କନ୍‌ୱେ ଓ ଋତୁରାଜଙ୍କ ବାଦ୍‌ ଅଜିଙ୍କ୍ୟ ରାହାଣେ ଦୁଇଟି ମ୍ୟାଚରୁ ୯୨ରନ କରିଛନ୍ତି। ଶୁଭମ ଦୁବେ,ରବୀନ୍ଦ୍ର ଜାଡେଜା , ମହେନ୍ଦ୍ର ସିଂହ ଧୋନି ଓ ଅମ୍ବାତି ରାଇଡୁ ମଧ୍ୟ ସିଏସ୍‌କେ ବ୍ୟାଟିଂ ଭାର ସମ୍ଭାଳୁଛନ୍ତି। ​‌ଧୋନି ମ୍ୟାଚ ଫିନିସର ଦାୟିତ୍ବ ଲିଭାଉଛନ୍ତି। ଶେଷ ମ୍ୟାଚରେ ଧୋନି ଆହତ ହୋଇଥିଲେ ମଧ୍ୟ ମ୍ୟାଚ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବୋଲିଂରେ ଆକାଶ ସିଂହ, ତୁଷାର ଦେଶପାଣ୍ଡେ ରହିଥିବାବେଳେ ସ୍ପିନର ଭାବେ ମହେଶ ତୀକ୍ଷଣ,ରବୀନ୍ଦ୍ର ଜାଡେଜା , ମୋଇନ୍‌ ଅଲ୍ଲୀ ରହିଛନ୍ତି। ଶେଷ ମ୍ୟାଚରେ ସିସାଣ୍ଡା ମାଗାଲା ଆହତ ହେବା ଦଳକୁ ଆଉ ଏକ ଧକ୍କା ଲାଗିଛି। ଦଳ ନିକଟର ଦ୍ରୁତ ବୋଲିଂକୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି। ଦୀପକ ଚହର, ବେନ୍‌ ଷ୍ଟୋକ୍‌ସ ଓ ସିସାଣ୍ଡା ମାଗାଲା ଆହତ ହେବା ସିଏସ୍‌କେର ଚିନ୍ତା ବଢାଇଛି। ଆକାଶ ଓ ତୁଷାରଙ୍କ ନିକଟରେ କମ୍‌ ଅଭିଜ୍ଞତା ରହିଛି। ଯାହାର ଫାଇଦା ବିପକ୍ଷ ଦଳ ଉଠାଇବାରେ ସଫଳ ହେଉଛନ୍ତି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୩ରନରେ ପରାଜିତ ହୋଇଥିବାବେଳେ ପ୍ରତ୍ୟାବର୍ତ୍ତନ ନେଇ ଲକ୍ଷ୍ୟ ରଖିଛି। ଉଭୟ ଦଳର ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ସିଏସ୍‌କେ ଆଗରେ ରହିଛି। ସିଏସ୍‌କେ ଶେଷ ୫ଟି ମ୍ୟାଚରୁ ୪ଟି ଓ ଆରସିବି ଗୋଟିଏ ମ୍ୟାଚରେ ଜିତିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories