www.samajalive.in
Monday, December 8, 2025
24.1 C
Bhubaneswar

ଧରାପଡ଼ିଲା ବାଘ, ଅଂଶୁଘାତ ଆକ୍ରାନ୍ତ

ନୂଆପଡ଼ା : ନୂଆପଡ଼ା ଜିଲାରେ ପାଖାପାଖି ୨ ମାସ ହେଲା ନିଦ ହଜାଇଥିବା ରକ୍ତମୁଖା କଲରାପତରିଆ ବାଘ ରବିବାର ମୁମୂର୍ଷ ଅବସ୍ଥାରେ ଧରାପଡ଼ିଛି। ସେ ଅଂଶୁଘାତର ଶିକାର ହେବାରୁ ଆପେ ବନବିଭାଗ ହାତରେ ଧରାଦେଇଛି।
ନୂଆପଡ଼ା ରେଞ୍ଜ ଚୁଲାଭାଟ ସଂରକ୍ଷିତ ଜଙ୍ଗଲକୁ ସିଲିଆରିବାହାର ଗାଁ ଲୋ​କେ ମହୁଲ ଗୋଟାଇବାକୁ ଯାଇଥିବା ବେଳେ କଲରାପତରିଆ ବାଘ ବସିଥିବା ଦୂରରୁ ଦେଖିଥିଲେ। ଲୋକଙ୍କୁ ଦେଖି ବାଘ ହଲଚଲ ନ ହେବାରୁ ସନ୍ଦେହ ହୋଇଥିଲା। ବାଘ ଫଟୋ ଉଠାଇ ପ୍ରଘଟ କରିବାରୁ ବାଘ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ସେଠାରେ ପହଞ୍ଚିଥିଲେ। ପ୍ରାଣୀ ବିଭାଗ ଅଧିକାରୀ ଓ ଡାକ୍ତରୀଦଳ ବାଘକୁ ଚିକିତ୍ସା କରିଥିଲେ। ଅବସ୍ଥା ଶୋଚନୀୟ ଥିବାରୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଥିଲା। ନୂଆପଡ଼ା ସଦର ରେଞ୍ଜ କାର୍ଯ୍ୟାଳୟରେ ତା’ ଚିକିତ୍ସା ଚାଲିଛି। ଏହି ବାଘଟି ମାତ୍ର ବର୍ଷେ କିମ୍ବା ଦେଢ଼ ବର୍ଷର ହେବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories