ସୋମବାର ରାଶିଫଳ (୧୭.୦୪.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Apr 17, 2023 Share ମେଷ : ସୁଖୀ ହେବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନକୁ ସେବା ଭାବରେ ଗ୍ରହଣ କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ସତ୍କର୍ମରେ ନିୟୋଜିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ। ବୃଷ : ବିନୟ ସ୍ବଭାବସମ୍ପନ୍ନ ହେବେ। ପ୍ରବଳ ପ୍ରତାପୀ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ଦ୍ବିଜମାନଙ୍କ ପ୍ରତି ଅନୁରକ୍ତି ରହିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ମିଥୁନ : ପୁତ୍ର ସୁଖରେ ସୁଖୀ ହେବେ। ସନ୍ମାର୍ଗୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହାୟତା ପାଇବେ। ଦାନଧର୍ମକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ଧନୀ ବ୍ୟକ୍ତିମାନେ ଆପଣଙ୍କ ଅନୁଗତ ହୋଇପାରନ୍ତି। କର୍କଟ : ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କ ବିରାଗଭାଜନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ମିଳିଥିବା ସମସ୍ତ ସୁଖର ପରିସମାପ୍ତି ଘଟିବ। ସତର୍କରେ ଚଳିବାକୁ ପଡ଼ିବ। ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ରୁଚିକର ଖାଦ୍ୟ ଖାଇ ଆନନ୍ଦ ଉପଭୋଗ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କନ୍ୟା : ସ୍ବଧର୍ମରେ ଲକ୍ଷ୍ୟ ରଖି ପୁଣ୍ୟବାନ୍ ହେବେ। ଶତ୍ରୁ ଯେତେ ବଳବାନ୍ ହେଲେ ବି ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ପଦାନତ ହେବ। ମାନସିକ ଅଶାନ୍ତି ଦୂର ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି। Related Posts ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ପଦବୀକୁ ହ୍ରାସ… Jan 10, 2025 ରାଜରାଣୀ ଉତ୍ସବରେ କଣ୍ଠଶିଳ୍ପୀ ସଂଗୀତା ପଣ୍ଡା… Jan 10, 2025 ତୁଳା : ଅତିଥିଭାବେ ନିମନ୍ତ୍ରିତ ହୋଇଥିବାରୁ ବକ୍ତବ୍ୟ ପାଇଁ ନାନା ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ଅଭୀଷ୍ଟ ପୂରଣ ପାଇଁ ତତ୍ପର ହେବେ। ବିଛା : ଦୃଢ଼ ପୌରୁଷର ଅଧିକାରୀ ହେବେ। ଆପଣଙ୍କ ପୌରୁଷପଣିଆ ନିକଟରେ ବିରୋଧୀମାନେ ହାର୍ ମାନିପାରନ୍ତି। ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସମ୍ପାଦନ କରିବେ। ଧନୁ : ସାଧୁଙ୍କ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ପ୍ରମାଦହୀନ ହେବେ। ନିରୀହ ସ୍ବଭାବସମ୍ପନ୍ନ ହେବେ। ମିତ୍ରମାନଙ୍କ ସହାୟତା ପାଇବେ। କରିତ୍କର୍ମାଭାବେ ନିଜର ପରିଚୟ ସୃଷ୍ଟି କରିବେ। ମକର : ଲୌହ, ପ୍ରସ୍ତର, ତୃଣାଦି ବ୍ୟବସାୟ ଲାଭଜନକ ହେବ। ବିବାଦଶୀଳ ହୋଇପାରନ୍ତି। ନିଜ ଅଞ୍ଚଳରେ ନ ହେଲେ ବି ଅନ୍ୟ ଅଞ୍ଚଳରେ ରାଜ ସମ୍ମାନ ପ୍ରାପ୍ତ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। କୁମ୍ଭ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ମୀନ : ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି। ପୌରୁଷ ହାନିର ସୂଚନା ମିଳୁଛି। ମିତ୍ରମାନେ ଅସହଯୋଗ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁତା ବୃଦ୍ଧି ହୋଇପାରେ। Share FacebookTwitterWhatsApp
Comments are closed.