www.samajalive.in
Sunday, December 14, 2025
23.1 C
Bhubaneswar

ଗୁରୁଡିଝାଟିଆ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ: ଭଲ ମଣିଷ ସଂଖ୍ୟା ସମାଜରୁ ଦିନକୁ ଦିନ କମିବାରେ ଲାଗିଛି। ଅଧିକ ଶିକ୍ଷିତ ହେଉଛନ୍ତି କିନ୍ତୁ ସଂସ୍କାର ସଂସ୍କୃତି,ଆଚାର ବ୍ୟବହାର, ମଣିଷପଣିଆ ର ଭାବ ଶିକ୍ଷାରେ ପ୍ରସ୍ପୁଟିତ ହେଉନାହିଁ। ଯାହାଫଳରେ ସମାଜର ସ୍ଖଳନ ଦେଖାଯାଇଛି। ଏସବୁ ଉଦ୍ଧ୍ୱର୍ରେ ରହି ସମାଜକୁ ଠିକଣା ବାଟ ଦେଖାଇବାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଭୂମିକା ଦର୍ପଣ ସଦୃଶ। ଭଲ ଓ ବଡ ମଣିଷ ହେବା ସହ ମାନବିକ ମୂଲ୍ୟବୋଧ ଓ ଦେଶ ପ୍ରୀତିର ଭାବ ପ୍ରତିପାଦିତ କରୁଥିବାରୁ ଅନ୍ୟ ଶିକ୍ଷାନୁଷ୍ଠାନ ଠାରୁ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ବିଦ୍ୟାର୍ଥୀମାନେ ସ୍ୱତନ୍ତ୍ର ବୋଲି ଗୁରୁଡିଝାଟିଆସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ୨୨ତମ ବାର୍ଷିକ ଉତ୍ସବରେ ଯୁବ ସଂଗଠକ ତଥା ସମାଜସେବୀ

ଗିରୀଶ ନାଥ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତପ୍ରକାଶ କରିବା ସହ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଆୟୋଜିତ ବାର୍ଷିକ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଦେବେନ୍ଦ୍ର ସାହୁ, ସଞ୍ଜୟ କୁମାର ଦଳାଇ, ଗଦାଧର ବେହେରା, ପ୍ରଶାନ୍ତ କୁମାର ରାଉତ, ରଶ୍ମୀତା ମହାରଣା, ରାସବିହାରୀ ମହାପାତ୍ର ପ୍ରମୁଖ ଅତିଥିଭାବରେ ଯୋଗଦେଇ ଦେଶ ଓ ଦଶର ନାମ ରଖିବା ପାଇଁ କହିଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ୟ୍ୟ ପ୍ରଶାନ୍ତ ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସଂପାଦକ ସମୀର କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories