www.samajalive.in
Wednesday, December 10, 2025
14.1 C
Bhubaneswar

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା; ବାପାଙ୍କ ସମେତ ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର: କୁଜଙ୍ଗ ରଘୁନାଥପୁର ଥାନା ଅନ୍ତର୍ଗତ ଧଳତଙ୍ଗଗଡ ଜଙ୍ଗଲରୁ ଏକ ଅଖା ମଧ୍ୟରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହ ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଯୁବତୀଙ୍କ ବାପା ଅଜୟ ସୁତାର ସମେତ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗର୍ଭପାତକୁ ନେଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ପୁଲିସ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଧଳତଙ୍ଗଗଡ ଜଙ୍ଗଲରୁ ଏକ ଅଖା ମଧ୍ୟରେ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତ ସମୟରେ ଏହା  ଏକ ପ୍ରେମଜନିତ କାରଣରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉ ଥିଲା। ଅବୈଧ ଗର୍ଭପାତରୁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଉକ୍ତ ଯୁବତୀଙ୍କ ବାପାଙ୍କ ସହ ଗର୍ଭପାତ କରାଯାଇଥିବା ମମତା ନର୍ସିଂହୋମର ଡାକ୍ତର ହାରାମଣୀ ମହାରଣା, ଅନ୍ୟ ୩ କର୍ମଚାରୀ ଓ ଅଟୋ ଚାଳକକୁ ପୁଲିସ ଆଜି ଗିରଫ କରିଛି । ଏଥିରେ ସମ୍ପୃକ୍ତ ଥିବା ସନ୍ଦେହରେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ମୁନାଙ୍କୁ ପୁଲିସ ପଚାରଉଚରା ଚଳାଇଛି ।

- Advertisement -

ପ୍ରକାଶ ଯୋଗ୍ୟ, ମୃତ ଯୁବତୀ ସିକୁ ସୁତାର ଏକ ସିଲେଇ ଦୋକନରେ କାମ କରୁଥିଲା । ସେ  ୭ ମାସ ଗର୍ଭବତୀ ହେବା ଜାଣିବା ପରେ ତାଙ୍କ ବାପା ଗର୍ଭପାତ ପାଇଁ ମମତା ନର୍ସିଂହୋମକୁ ନେଇଥିଲେ । ଗର୍ଭପାତ ସମୟରେ ଯୁବତୀଙ୍କ ମୃତ୍ୟୁ ଘଟିବାରୁ ଡାକ୍ତର, ନର୍ସ ଓ ଯୁବତୀଙ୍କ ବାପା ତାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ଅଟୋରେ ନେଇ ଧଳତଙ୍ଗଗଡ ଜଙ୍ଗଲରେ ପିଙ୍ଗି ଦେଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories