www.samajalive.in
Monday, December 8, 2025
13.1 C
Bhubaneswar

ଛେଳି ଓ କୁକୁଡ଼ା ପାଳନ କରି ସ୍ୱାବଲମ୍ବୀ ହେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଇରିପିପୁଟ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଛେଳି ଓ ବ୍ରୟଲର କୁକୁଡ଼ା ଛୁଆ ପାଳନ କରି ନିଜେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାରକ୍ଷମ ସ୍ୱାବଲମୀ  ହୋଇପାରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ତରଫରୁ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଜେ ନିଜେ ଘରେ ବସି ନ ରହି ବିଭିନ୍ନ କାର୍ଯ୍ୟ କରି ସ୍ୱାବଲମ୍ବୀ ହୋବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଇରିପିପୁଟ ଗ୍ରାମର ୭ଟି ଆଦିମାତା,ଗୌରୀ, ମା ସିତାଲାମା, ଉମାଦେବୀ, ଗୁପ୍ତେଶ୍ଵର, ତୁଳସୀ, ମା ମାଝୀଗୌରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୩ଟି ଆଦିମାତା, ଗୌରୀ, ମା ସିତାଲାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ଯୋଗୁଁ ଦୁଇଟି ଗ୍ରୁପକୁ ୩୦ଟି ମାଈ ଛେଳି ଓ ୨ଟି ବୋଦା ମୋଟ ୩୨ଟି ଛେଳି ଯୋଗାଇ ଦେଇଛନ୍ତି । ଏହିଛେଳି ପାଳନ ପାଇଁ ୨ଲକ୍ଷ ୩୦ହଜାର ଟଙ୍କା ରହିଥିବା ବେଳେ  ସରକାରୀ ସହାୟତା୧ଲକ୍ଷ୧୫ହଜାର ଟଙ୍କା ରହିଛି । ସେହିପରି ଡିପ୍ ଲିଟର ପ୍ରଣାଳୀରେ୧୦୦୦ଟି ବ୍ରୟଲର କୁକୁଡ଼ା ପାଳନ ପାଇଁ ମା ସିତାଲାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଛନ୍ତି । ଏହାର ମୋଟ ଅଟକଳ ମୂଲ୍ୟ ୩ଲକ୍ଷ ୬୦ହଜାର ଟଙ୍କା ରହିଥିବା ବେଳେ ସରକାରୀ ଅନୁଦାନ୧ଲକ୍ଷ୪୪ହଜାର ଟଙ୍କା ରହିଛି । ଏହି ୩ଟି ଗୋଷ୍ଠି କୁକୁଡ଼ା ଓ ଛେଳି ପାଳନ କରିବା ସହ ନିଜେ ମଧ୍ୟ ଛତୁ ଚାଷ କରି ନିଜେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଏହା ବ୍ୟତିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥିବା ଗୃପ ମହିଳା ମାନେ କହିଛନ୍ତି । ଏହି ମାନଙ୍କୁ ବ୍ଲକ ପଶୁ ଚିକିତ୍ସକ ଡାକ୍ତର ଚିନ୍ମୟ କୁମାର ସାହୁ ,ଓଡିଶା ଶକ୍ତି ମିଶନର ବ୍ଲକ ପ୍ରୋଜେକେଟ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀକୁ ପରିଦର୍ଶନ କରିଛନ୍ତି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories