www.samajalive.in
Sunday, December 7, 2025
26.1 C
Bhubaneswar

ସମଲେଇ ଯୋଜନାରେ ଘୁନଘୁଟିପଡାରେ ଉଚ୍ଛେଦ କାର୍ଯ୍ୟ ଶେଷ

ସମ୍ବଲପୁର : ସମ୍ବଲପୁରରେ ମାଁ ସମଲେଶ୍ୱରୀ ମନ୍ଦିରର ପୁନଃ ବିକାଶ କାର୍ଯ୍ୟ କ୍ରମରେ ଚାଲିଥିବା ରାଜ୍ୟ ସରକାରଙ୍କ ସମଲେଇ ଯୋଜନାରେ ମନ୍ଦିର ସମ୍ମୁଖରେ ଥିବା ଘୁନଘୁଟିପଡାରେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଯାଇଛି। ଏହି ଯୋଜନା ଅର୍ନ୍ତଗତ ଉଚ୍ଛେଦରେ ବାକି ଥିବା ୧୯ଟି ଘର ଗୁଡିକୁ ସୋମବାର ଉଚ୍ଛେଦ କରାଯାଇଛି। ଏହା ଦ୍ୱାରା ଏହି ଅଞ୍ଚଳରେ ପୂର୍ବରୁ ବସବାସ କରୁଥିବା ୨୫୦ରୁ ଉର୍ଦ୍ଧ ପରିବାର ଙ୍କୁ ବିସ୍ଥାପିତ କରାଯାଇ ୨୦୦ ରୁ ଉର୍ଦ୍ଧ ଘର ଗୁଡିକୁ ଉଚ୍ଛେଦ କରିବାର କାର୍ଯ୍ୟ ପ୍ରଶାସନ ଶେଷ କରିଛି। ଏହି କାର୍ଯ୍ୟ ପାଇଁ ନିଗମ କତ୍ତୃପକ୍ଷଙ୍କ ତରଫରୁ ୩ଟି ଜେସିବି ଯନ୍ତ୍ର ଓ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଭାବରେ ନିୟୋଜିତ କରାଯାଇଥିଲା। ଏହି ଅବସରରେ ଉପ ଜିଲାପାଳ ପ୍ରଭାସ ଡନସନା, ଡେପୁଟି କଲେକ୍ଟର ସୁଶାନ୍ତ ସାହୁ, ଭୂଅର୍ଜନ ଅଧିକାରୀ ଆଦିତ୍ୟ ପଣ୍ଡା, ପୁଲିସ ଏସଡିପିଓ ପ୍ରଦୀପ ସାହୁ, ମହାନଗର ନିଗମ କାର୍ଯ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ପୁଲିସ ବଳ ମୁତୟନ ରହିଥିଲେ।

 

- Advertisement -

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories