www.samajalive.in
Thursday, December 11, 2025
16.1 C
Bhubaneswar

ଅବାଞ୍ଛିତ ବ୍ୟବସାୟୀଙ୍କ ସହ ରହିଛି ରାହୁଲଙ୍କ ସମ୍ପର୍କ : ଗୁଲାମନବୀ

କୋଚି : ଦେଶ ବିିଦେଶର ଏକାଧିକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କ ରହିଥିବା କହିଛନ୍ତି ଗୁଲାମନବୀ ଆଜାଦ୍‌। ବ୍ୟବସାୟୀ ଗୌତମ ଆଦାନିଙ୍କ ସହ ଗୁଲାମନବୀଙ୍କ ସମ୍ପର୍କ ଥିବା କିଛିଦିନ ତଳେ ରାହୁଲ ମନ୍ତବ୍ୟ ଦେଇଥିଲେ। ଏ ସମ୍ପର୍କରେ ସୋମବାର ନିଜ ପ୍ରତିକ୍ରିୟାରେ ଗୁଲାମନବୀ କହିଥିଲେ ରାହୁଲଙ୍କ ଏକାଧିକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ସମ୍ପର୍କ ରହିଛି। କେବଳ ଦେଶ ନୁହେଁ; ବିଦେଶରେ ମଧ୍ୟ ରାହୁଲଙ୍କ ଏପରି ବ୍ୟବସାୟୀଙ୍କ ସହିତ ସମ୍ପର୍କ ରହିଛି। ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ଏସିଆନେଟ୍‌କୁ ଏକ ସାକ୍ଷାତକାର ଦେଇ ଗୁଲାମନବୀ କହିଥିଲେ କାହା ବିରୋଧରେ ମନ୍ତବ୍ୟ ଦେବା ପୂର୍ବରୁ ରାହୁଲ ପ୍ରଥମେ ନିଜକୁ ପରଖି ନେବା ଉଚିତ୍‌। ତାଙ୍କର ଦେଶ ବିଦେଶରେ ଅନେକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ସମ୍ପର୍କ ରହିଛି। ଏହାର ଅତି କମ୍‌ରେ ୧୦ଟି ଉଦାହରଣ ତାଙ୍କ ନିକଟରେ ରହିଛି। ଦେଶରେ କଂଗ୍ରେସ ଦଳ ବୋଲି କିଛି ବାକି ରହିନାହିଁ। କେତେକ ବ୍ୟକ୍ତିଙ୍କ ସ୍ବେଚ୍ଛାଚାରୀ ମନୋଭାବ ଯୋଗୁଁ ଦଳର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସେ ଅଭିଯୋଗ କରିଥିଲେ। ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲଙ୍କ ଲୋକପ୍ରିୟତା ବଢ଼ିଥିବା କେତେକ ବ୍ୟକ୍ତି କହୁଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories