www.samajalive.in
Sunday, December 14, 2025
26.1 C
Bhubaneswar

ଦେଶର ଦ୍ରୁତ ବିକଶିତ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା- ଏକ ନମ୍ବରରେ ଗୁଜୁରାଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ- ଦେଶରେ ଦ୍ରୁତ ଗତିରେ ବିକାଶ କରୁଥିବା ୧୦ ଶ୍ରେଷ୍ଠ ରାଜ୍ୟ ତାଲିକାରେ ଓଡ଼ିଶା ରହିଛି । ଓଡ଼ିଶା ଅଷ୍ଟମସ୍ଥାନରେ ରହିଛି । ଓଡିଶାରେ ଔଦଗିକ ଏବଂ ଅର୍ଥନୈତିକ ବିକାଶ ଅଧିକ ହୋଇଛି । ମାତ୍ର ଏହି ତାଲିକାର ଏକ ନମ୍ବରରେ ରହିଛି ଗୁଜୁରାଟ । ଗୁଜୁରାଟରେ ସ୍ଥାନୀୟ ଉତ୍ପାଦ ଅଧିକ ରହିଛି । ଗତ ୧୦ ବର୍ଷ ଧରି ଗୁଜୁରାଟ ଏହି ସ୍ଥାନ ବଜାୟ ରଖିଛି । ଏହାର ଚକ୍ରବୃଦ୍ଧି ବାର୍ଷିକ ବୃଦ୍ଧି ହାର (ସିଏଜିଆର୍‌) ବି ୮.୨ ପ୍ରତିଶତ ରହିଛି ।

ଏହାର ଦ୍ୱିତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ । କର୍ଣ୍ଣାଟକରେ ମଧ୍ୟ ଦ୍ରୁତ ବିକାଶ ହେଉଛି । ଏହାର୭.୩ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ବୃଦ୍ଧି ହାର (ସିଏଜିଆର୍‌) ହାର ରହିଛି । ତୃତୀୟ ସ୍ଥାନରେ ରହିଛି ହରିୟାନା । ଏହି ତିନୋଟି ବିଜେପି ଶାସିତ ରାଜ୍ୟ ।

- Advertisement -

ତାଲିକାର ଚତୁର୍ଥସ୍ଥାନରେ ମଧ୍ୟପ୍ରଦେଶ, ପଞ୍ଚମ ସ୍ଥାନରେ ଆନ୍ଧ୍ର ପ୍ରଦେଶ, ଷଷ୍ଠ ସ୍ଥାନରେ ତେଲେଙ୍ଗାନା ରହିଛି । ଏହାର ସପ୍ତମସ୍ଥାନରେ ତାମିଲନାଡୁ ରହିଛି ।

ଏହି ତାଲିକାରେ ଅଷ୍ଟମସ୍ଥାନରେ ଓଡ଼ିଶା ରହିଛି । ଓଡିଶାର ଚକ୍ରବୃଦ୍ଧି ବାର୍ଷିକ ବୃଦ୍ଧି ହାର (ସିଏଜିଆର୍‌) ୫.୭୩ ପ୍ରତିଶତ ରହିଛି । ଏହାର ଜିଡିପି ୩.୮୧ ଲକ୍ଷ କୋଟି ଟଙ୍କା ରହିଛି । ଦିଲ୍ଲୀ ଏହି ତାଲିକାର ନବମ ସ୍ଥାନରେ ରହିଥିବା ବେଳେ ଦଶମ ସ୍ଥାନରେ ଆସାମ ରହିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories