www.samajalive.in
Monday, December 8, 2025
17.1 C
Bhubaneswar

ଗଞ୍ଜେଇ ଧରିଲା ଅବକାରୀ ଗୁଇନ୍ଦା ଟିମ୍‌, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଟିମ୍ ଘନ ଘନ ଚଢ଼ାଉ ଜାରି ରଖିଛି । ସୋମବାର ସୁଡ୍ରୁକୁମ୍ପା ଛକରେ ଚଢ଼ାଉ କରି ଏକ ମାକ୍ସ ପିକ୍‌ଅପ୍ ଭ୍ୟାନରୁ ୧୩୫ କିଲୋ ଗଞ୍ଜେଇ ଜବତ କରଛି । ଏହି ଘଟଣାରେ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ହେଲେ ବୌଦ୍ଧ ଜିଲା କୋମଲପୁର, ତେଲିବନ୍ଧ ଅଞ୍ଚଳର ଚିତ୍ତରଞ୍ଜନ ପ୍ରଧାନ। ଏ ନେଇ ୧୮/୨୩-୨୪ରେ ମାମଲା ରୁଜ୍ଜୁ ହୋଇଛି।

ସେହିପରି ସୁଡ୍ରୁକୁମ୍ପା ଛକରେ ବ୍ୟାଗ ଧରି ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯାଞ୍ଚ କରିବାରୁ ତାଙ୍କଠାରୁ ୫ କିଲୋ ଗଞ୍ଜେଇ ମିଳିଥିଲା। ସମ୍ପୃକ୍ତ ଗିରଫ ବ୍ୟକ୍ତି ସେହି ବୌଦ୍ଧ ଜିଲା କୋମଲପୁର, ତେଲିବନ୍ଧ ଅଞ୍ଚଳର ଦିବ୍ୟରଞ୍ଜନ ଦିଗାଲ । ଏ ନେଇ ୧୯/୨୦୨୩-୨୪ରେ ମାମଲା ରୁଜୁ ହୋଇଥିବା ଇନ୍ସପେକ୍ଟର ଉଦୟ ଚନ୍ଦ୍ର ସାମନ୍ତ ସୁଚନା ଦେଇଛନ୍ତି । ଏକ ୭ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲା । ଗଞ୍ଜେଇ କନ୍ଧମାଳରୁ ବୌଦ୍ଧ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories