www.samajalive.in
Saturday, December 13, 2025
14.1 C
Bhubaneswar

ବାସ୍ତୁ ଦୋଷ : ଆଦୌ କରନ୍ତୁ ନାହିଁ ଏହି ଭୁଲ୍‌‌, ନଚେତ୍‌‌..

ବାସ୍ତୁ ଅନୁଯାୟୀ, ଘରେ ଅନେକ ଜିନିଷ ପ୍ରତି ସଠିକ୍‌‌ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା ଭୁଲ୍‌‌ ପାଇଁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ, ସ୍ୱାସ୍ଥ୍ୟରେ,ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ଆଦି ସମସ୍ୟା ଦେଖାଦିଏ। ଜାଣନ୍ତୁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ..

ଘରର କାନ୍ଥରେ ଚିତ୍ର କିମ୍ବା ମୂର୍ତ୍ତିକୁ ସମ୍ପୂର୍ଣ୍ଣ ଭାବେ ଲଗାଇ ରଖନ୍ତୁ ନାହିଁ। ଏହାକୁ ଭୟଙ୍କର ବାସ୍ତୁ ଦୋଷ କୁହାଯାଏ। କାନ୍ଥ ଠାରୁ ଅଳ୍ପ ଦୂରରେ ରଖନ୍ତୁ।  ଘରେ ଭଗବାନଙ୍କର ବଡ ପ୍ରତିମା ଆଦୌ ରଖନ୍ତୁ ନାହିଁ। ୧ ରୁ ୧୧ ଆଙ୍ଗୁଠି ଯାଏଁ ପ୍ରତିମା ହିଁ ରଖନ୍ତୁ।

- Advertisement -

ଘରର ଉତ୍ତରପୂର୍ବ ଅଂଶ ଉଚ୍ଚ ହେବା ଉଚିତ ନୁହେଁ। ଏହାସହ ଏହି ଦିଗରେ ଶୌଚାଳୟ ତିଆରି କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଅଶୁଭ ଘଟଣା ଘଟିଥାଏ। ଏହି ଦିଗରେ ଘରର ପୂଜା ହେବା ଶୁଭ। ସେହିପରି ଉତ୍ତର ପୂର୍ବରେ ଥିବା କକ୍ଷ ଭଡାରେ ଦିଅନ୍ତୁ ନାହିଁ।

ଘରର ଦରଜା ବାହାର ଆଡକୁ ଖୋଲିବା ଶୁଭଙ୍କର ନୁହେଁ। ଦରଜା ଭିତର ଆଡକୁ ଖୋଲିବା ଶୁଭଙ୍କର। ସେହିପରି କବାଟ ଖୋଲିବା ଓ ବନ୍ଦ ହେବା ସମୟରେ ଶବ୍ଦ ହେବା ଶୁଭଙ୍କର ନୁହେଁ। ଝରକା ପାଇଁ ମଧ୍ୟ ଏହି ନିୟମ ରହିଛି। ବାହାର ଆଡକୁ କବାଟ କିମ୍ବା ଝରକା ଖୋଲିବା ଦ୍ୱାରା ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ଜୀବନରେ ସମସ୍ୟା ଲାଗି ରହେ।

ଘରକୁ ପ୍ରବେଶ କରିବା ସମୟରେ ରୋଷେଇ ଘରେ ଚୁଲ୍ଲା ଦେଖାଯିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଉନ୍ନତି ହୋଇନଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ। ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ମହିଳାଙ୍କ ମୁହଁ ପୂର୍ବ ଦିଗକୁ ହେବା ଶୁଭଙ୍କର। ରାତିରେ ଭୋଜନ ପ୍ରସ୍ତୁତି କରିବା ପରେ ରୋଷେଇ ଘରକୁ ଭଲ ଭାବେ ସଫା କରନ୍ତୁ। ଅଇଁଠା ବାସନ ରାତିଯାକ ପକାଇ ରଖନ୍ତୁ ନାହିଁ।

କୁହାଯାଏ ବାଦୁଡି ଘରକୁ ଆସିବା ପରେ ୧୫ ଦିନ ବାସ୍ତୁ ଦୋଷ ରହିଥାଏ। ତେଣୁ ବାଦୁଡି ଆସିବା ପରେ ଘରକୁ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories